Latest Odisha News

BREAKING NEWS

Browsing Tag

news

ଚାରିଦିନ ବିତିଲା କଂଗ୍ରେସ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେଲାନି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଦିନ ଗଡ଼ି ଗଡ଼ି ଚାଲିଛି । ଯେଉଁମାନେ ନାମାଙ୍କନ ଫର୍ମ ନେଇଛନ୍ତି ସେମାନଙ୍କ ମଧ୍ୟରୁ କେହି ବି ନାମାଙ୍କନ ପତ୍ର ଦାଖଲ କରିନାହାଁନ୍ତି ।  ୨୪ରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ସମୟ ସେପ୍ଟେମ୍ବର ୩୦ ରେ ଶେଷ…

ମହିଳା ବିଚାରପତିଙ୍କୁ କ୍ଷମା ମାଗିଲେ ଇମ୍ରାନ ଖାନ୍

ଇସଲାମବାଦ:  ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଇମ୍ରାନ ଖାନ । ମହିଳା ବିଚାରପତିଙ୍କ ବିରୋଧରେ ଧମକପୂର୍ଣ୍ଣ ବକ୍ତବ୍ୟ ଦେଇ ନିଜ ଦେଶରେ ସମାଲୋଚନା ହେବା ପରେ ଭୁଲ ମାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନେକ ସମୟରେ ବିବାଦୀୟ ବକ୍ତବ୍ୟ ଦେଇ ନିଉଜରେ ରହୁଥିବା…

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବଦଳିଲେ ଅତିରିକ୍ତ ଏସପି

ନବରଙ୍ଗପୁର : ବହୁ ବାଦବିବାଦ ପରେ ନବରଙ୍ଗପୁର ଅତିରିକ୍ତ ଏସପି ବଦଳିଛନ୍ତି । ପାପଡ଼ାହାଣ୍ଡି ଥାନାରେ ସାମ୍ବାଦିକଙ୍କୁ ଠେଙ୍ଗାରେ ଆକ୍ରମଣ ଘଟଣା ପରେ ତାଙ୍କୁ ବଦଳି ପାଇଁ ସାମ୍ବାଦିକମାନେ ଦାବି କରିଥିଲେ।  ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି ହୋଇଥିବା…

ଗୁଜରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଜିଗ୍ନେଶ ମେଭାଣୀଙ୍କୁ ୬ ମାସର ଜେଲଦଣ୍ଡ

ଅହମ୍ମଦାବାଦ: ଗୋଆ କଂଗ୍ରେସକୁ ଝଟକା ପରେ ଏବେ ଗୁଜରାଟ କଂଗ୍ରେସକୁ ଝଟକା ଲାଗିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବେଳେ ଗୋଆ କଂଗ୍ରସର 8 ବିଧାୟକ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏହାକୁ ନେଇ ଚାରିଆଡେ ଚର୍ଚା ଚାଲିଛି । ଜାତୀୟ ଗଣମାଧ୍ୟମ ପ୍ରଶ୍ନ ଉପରେ ପ୍ରଶ୍ନ…

ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବ୍ରିଟେନ ଗସ୍ତ କରିବେ। ରାଷ୍ଟ୍ରପତି  ସେପ୍ଟେମ୍ବର ୧୭ରୁ୧୯ ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ମହାରାଣୀଙ୍କ ପାଇଁ ସମବେଦନା ଜଣାଇବେ। ମହାରାଣୀଙ୍କ ଅନ୍ତିମ…

ଆଜିଠୁ ଓଜେଇଇ କାଉନ୍‌ସେଲିଂ

ଭୁବନେଶ୍ବର: ଆଜିଠୁ ଓଜେଇଇ କାଉନ୍‌ସେଲିଂ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖିବା ପାଇଁ  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ କାଉନ୍‌ସେଲିଂ ଆରମ୍ଭ ହେବ । ଟେକ୍ନିକାଲ୍‌ ଓ ବୃତ୍ତିଗତ…

ନୀତିଶଙ୍କ ଦିଲ୍ଲୀ ଚଲୋ ରାସ୍ତା ସହଜ ହେବ କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ନୀତିଶ କୁମାରଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ନେଇ ଏବେ ଚାରିଆଡେ ଚର୍ଚା  । ଗତ ତିନି ଦିନ ଭିତରେ ଅନେକ ବିରୋଧୀ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ଦଳ ଜେଡିୟୁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ…

ଗଞ୍ଜାମରେ ପୁଣି ଦନ୍ତା ହାତୀର ମୃତ୍ୟୁ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ମଧ୍ୟରେ ପ୍ରାଣ ହରାଇଥିବା ଏହା ହେଉଛି ତୃତୀୟ ଦନ୍ତାହାତୀ। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଘୁମୁସର ବନଖଣ୍ଡର ତାରାସିଂ ବନାଞ୍ଚଳ ଅଧିନ କାମ୍ପ ଗାଁ ନିକଟ ଜଙ୍ଗଲରେ ଗତ କିଛି…

ଲାଞ୍ଚ ନେଇଥିବା ଏମକେସିଜିର ୨ ନର୍ସ ନିଲମ୍ବିତ

ବ୍ରହ୍ମପୁର:ଲାଞ୍ଚ ନେଇ ଧରାପଡ଼ିଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଦୁଇ ଜଣ ନର୍ସଙ୍କୁ ନିଲମ୍ବନ କରାଯାଇଛି । ପ୍ରାଥମିକ ତଦନ୍ତରୁ ସେମାନେ ଲାଞ୍ଚ ନେଇଥିବା ସ୍ପଷ୍ଟ ହେବା ପରେ  ଏମକେସିଜିର ଅଧୀକ୍ଷକ ଡା.ସନ୍ତୋଷ ମିଶ୍ର ଉଭୟଙ୍କୁ…

ଆଉଁଳି ନଦୀରେ ନବଜାତ ଶିଶୁ କନ୍ୟାର ମୃତଦେହ ଫୋପାଡି ଦେଇଥିଲେ ପରିବାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ  ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାରକୁ ନେଇ ଚର୍ଚା ଜୋର ଧରିଥିଲା । ତେବେ ମୃତ ଶିଶୁ କନ୍ୟାର ଡାକ୍ତରଖାନାରେ ମୃତ୍ୟୁ ହେବା ପରେ ତାକୁ ପରିବାର ଲୋକେ ନଦୀରେ ଫୋପାଡି ଦେଇଥିବା…