କବିତା : ପ୍ରଶ୍ନ ନାଇଁ
ଗଜାନନ ମିଶ୍ର
ନାଇଁ, ଅଟକି ନାଇଁ
ମୁଁ କୋଉଠି।
ଅଟକିବାର ପ୍ରଶ୍ନ ଇ ନାଇଁ।
ମୁଁ ମୋର
ତାରାତୋଳାରେ
ବ୍ୟସ୍ତ ସଦାକାଳ।
ମୁଁ ମୋ ହାତରେ
ରଖିଥିବି ସକାଳ।
ପୂର୍ବରେ
ରଙ୍ଗୀନ ଆଲୁଅ,
ପଶ୍ଚିମରେ
ଶ୍ରଦ୍ଧାର ଜ୍ଞାନଦୀପ,
ଦକ୍ଷିଣର ପାହାଡ
ନେଉଥିବ ଯତ୍ନ,
ଉତ୍ତରରେ ମୁଁ ସ୍ଥିର।…