Latest Odisha News
Browsing Tag

Odia Poem

କବିତା : ସମୟ

ଚନ୍ଦ୍ରକଳା ଦେବୀ ସମୟ ଅଟଇ ବଡ ବଳବାନ ଚାଲିଥାଏ ନିରନ୍ତର କାହାକୁ କେବେବି କରେନି ଅପେକ୍ଷା ଜନ୍ମ-ମୃତ୍ୟୁ ତାରଖେଳ । ସୁଖ ଦୁଃଖ ସମ୍ମିଶ୍ରଣେ ଏ ଜୀବନ ଛାଇ ଆଲୁଅର ଖେଳ ସମୟର ତାଳେ ଚାଲିଲେ ପଥରେ ବିପଦ ହୋଇବ ଦୂର । ଚାଲି ଯାଉଥିବା ସମୟଟି ଭାଇ କେବେ ଫେରିଆସେ ନାହିଁ ତେଣୁ…

କବିତା : ନିଃଶବ୍ଦ ଅତିଥି

ସୁଜାତା ମିଶ୍ର  ବିନା ଶବ୍ଦରେ ସବୁରି ଅଲକ୍ଷ୍ୟରେ ପାଦ ଥାପି ଥାପି ତୁମେ ଆସ.. ଫୁଲ ପାଖୁଡ଼ାରେ କାକରର ମହୁ ଝରିଲା ବେଳେ.. ଅରଣ୍ୟର ଘଞ୍ଚ ସବୁଜିମା ଅନ୍ଧାରର ପଣତ ବିଛେଇବା ବେଳେ.. ଘୁମନ୍ତ ପ୍ରହରେ ଝିଁକାରିର ସ୍ୱର ନୀରବି ଗଲା ପରେ ତୁମେ ଆସ..। ମହାମାରୀର ଆତଙ୍କମୁଖର…

କବିତା : ଆଶା

ରାଜ କିଶୋର ଦାସ ଏତେ ଯାତ୍ରା, ଏତେ ମହୋତ୍ସବରେ ବୁଡ଼ିଥାଅ ଥରେ ମୋ ଆଡ଼କୁ ଚାହିଁ ଦିଅନ୍ତନି ! ତୁମର ସବୁ ସୁନ୍ଦର ବୋଲି ମାନିନେଲାବେଳେ ଲାଗେ, ହେ ସେମିତି କିଛି ନାହିଁ, ତଥାପି ସତ କହୁଛି ଜଗତର ସବୁ ମୋହ ତୁମଠି ଅଜାଡି ହେଇଯାଇଛି । ଏଣୁତ ମୋହରେ ବୁଡାଇ ଏମିତି ଘା ଯେ ମୋର…

କବିତା : ଅନ୍ଧକାର

ଜଗନ ପାଳ  କେବେ ଅନ୍ଧକାରକୁ ବି ଖୋଜି ଦେଖ ଏ ବନ୍ଦ୍ ଆଖି କି ବିନା ଆଲୋକରେ ନୁହେଁ ବରଂ ଅମାନବିକତାର ମୁଖାତଳେ ବରଂ ଛଦ୍ମହସର ବିକଟାଳ ରହସ୍ୟରେ ଆଉ ତୁମ ଆମ ଅଜ୍ଞାନତା ଭିତରେ.... ଛାଇର ଛଳନାରେ ଆଭାସର ଛୁଆଁରେ ପୁଣି ପାଣିର ଗଭୀରତା ଆଉ ନିଆଁର ଜ୍ୱାଳାରେ ବାସ୍ନାର ବିଭୋରତାରେ…

କବିତା : ଜୀବନ ଗଣିତ

ଗଦାଧର ସାହୁ ଆସ ଆସ ଗୋ ମିତ ଆସ ସହି ସଙ୍ଗାତ, ମିଳି ମିଶି କଷିବା ଜୀବନ ଗଣିତ । ସୁଖ ଦୁଃଖକୁ ନେଇ ରାଗ କ୍ରୋଧ ମିଶାଇ, ସ୍ନେହ ଶ୍ରଦ୍ଧାକୁ ରଖିବା ବନ୍ଧନୀ ଦେଇ । ଆଗ ବନ୍ଧନୀ ହଟା ତୋରି,ମିଛ ଲେଉଟା, ନ ହଟି ପାରିଲେ ତୁ ହେବୁ ହଟହଟା । ତାପରେ ର ଆସିବ ସଦା ସତର୍କ…

କବିତା : ଅନ୍ତିମ ଓଁକାର

ବଳରାମ ପୂଜାରୀ  ଅବିଚ୍ଛେଦ୍ୟ ଅଭେଦ୍ୟ ଅସହ୍ୟ ଅସହିଷ୍ନୁମାନଙ୍କୁ ଶୁଆଉଥୁଲି ନିବୃତ୍ତ ନିଦ୍ରାରେ ଅବିଶ୍ରାନ୍ତ ଅହଙ୍କାରମାନଙ୍କୁ ପେଶୁଥୁଲି ଶବ୍ଦଭେଦୀ ଶିବଧନୁର ଭସ୍ମଲେସା ଅନ୍ତିମ ଓଁକାର ଫେରି ଆସୁଥିଲେ ? ମୋ’ଭାଗ୍ୟର ସବୁତକ ପ୍ରସ୍ତାବିତ’ପ୍ରହସ୍ଥ ପ୍ରହରୀ ନାଗଫାଶରେ ରୁନ୍ଧି…

କବିତା : ଭୁଲ

ବିନୋଦିନୀ ଦାଶ ଜୀବନ-ଗଣିତ କଷୁକଷୁ ତୁହି ପ୍ରଶ୍ନ ବୁଝିବାରେ ଧିଆନ ନଦେଇ ଧାରାକୁ ଓଲଟପାଲଟେ ସଜାଇ ଆଗକୁ ଗତିରେ ମାରିଲୁ ଢିଲା ସବୁକଛି ଭୁଲ୍ ହୋଇଗଲା । ସେତେବେଳେ ବୁଝି ଜୀବନର ଅର୍ଥ କରିଥାନ୍ତୁ ଯେବେ ମନକୁ ଆୟତ୍ତ କଷିବା ସମୟେ ରହି ଶାନ୍ତଚିତ୍ତ ଶୃଙ୍ଖଳା ଜ୍ଞାନକୁ ହୃଦେ…

କବିତା : ଧାନ

ଦେବବ୍ରତ କର ଦଦରା ମାଟି ଚିଆରୀ କାନ୍ଥ ବୁଢ଼ା ବାଉଁଶର ହାଡ଼, କଣିର ଗଣ୍ଠିଆ ଆଙ୍ଗୁଳି, ପତଳା ଖପରା ପରି ମାଟିଚୋପା ଖସିଯାଏ ପରସ୍ତ, ପରସ୍ତ....। ଅସଂଖ୍ୟ ମୂଷାଗାତ ମାଟିରେ ସୁଡ଼ଙ୍ଗ, ଅପହଞ୍ଚ ଅନ୍ଧାରରେ ଧୂସର ସମାଧି ଦୀନତାର କଳାକୃତି, ମାଟିର କୋଣାର୍କ । ଏଠି ମଞ୍ଜ…

କବିତା : କଣ୍ଢେଇ

ସସ୍ମିତା ପ୍ରଧାନ ସକାଳରୁ ରାତି ଭୁଲି ନିଜ ସ୍ଥିତି ସଭିଙ୍କ ସେବାରେ ନିଜକୁ ସମର୍ପି ଚାଲୁଥାଏ ଡେଇଁ ଡେଇଁ ମୁଁ ଚାବିଦିଆ କଣ୍ଢେଇ ।। ନିଜର ଅସ୍ଥିତ୍ୱ ଦେଇଛି ହଜେଇ ଯନ୍ତ୍ର ପରି ମୁହିଁ ନିଜକୁ ସଜେଇ ପରିସ୍ଥିତି ଦ୍ୱାହି ଦେଇ ମୁଁ ଚାବିଦିଆ କଣ୍ଢେଇ ।। କହି ମୁଁ ପାରେନା…

କବିତା : ଏ ବୟସ

ସୁକାନ୍ତ ସମର୍ଥା ଏ ବୟସ ରହିଯାରେ ଟିକେ ପିଲାଦିନ ବଗିଚାରେ ପାଇବୁନି ଗୋଟେ ଘୃଣାର କଣ୍ଟା ତୁ ନିରୀହ ଗୋଲାପଠାରେ । ଏ ବୟସ ଥକିଯାରେ ଟିକେ ମାଆ ପଣତ ଛାଇରେ ପାଇବୁନି ଟୋପେ ଲୁହର ଉଷ୍ମତା ମମତାର ଶୀତଳତାରେ । ଏ ବୟସ ଭିଜିଯାରେ ଟିକେ ଅବୁଝା ପିଲା କାନ୍ଦରେ ପାଇବୁନି…