Latest Odisha News

BREAKING NEWS

Browsing Tag

Odia Poem

କବିତା : ଢୋଲ

ଗଦାଧର ସାହୁ  ମୋତେ ତମେ ବାଡେଇ ଚାଲିଛ, ତମାମ ଜୀବନ ତମ ଖୁସି ପାଇଁ । ମୁଁ ଶବଦ୍ ଦେଇଛି ତୁମ ଇଚ୍ଛାରେ ତୁମ ବାଡିଆରେ ଲହୁ ଲୁହାଣ ହୋଇ ବୁକୁରେ ବେଦନାକୁ ଚାପି । ଏମିତି ବି ହେଇଛି ଥରେ ନୁହଁ ଅନେକ ଥର, ତୁମ ପାଇଁ ଖୁସି ଫେଣ୍ଟୁ ଫେଣ୍ଟୁ ମୁଁ ବହୁବାର ଫାଟିଛି । ମୋ…

କବିତା : ଲେଉଟ ଚକୁଳି

ମାନସ ରଞ୍ଜନ ମହାପାତ୍ର  ଫେରିବାକୁ ଚାହୁଁଛ ତ ଯାଅ ! ମୋଗଲ ହାରେମରେ ରହୁଛି ମୁଁ କଳିଙ୍ଗର ରାଜଜେମା ବଳିପଡିଛି ଯୁଦ୍ଧରେ ହଜିଯାଇଛି ମାଳିନୀ ନଦୀ ଇତିହାସରେ ଯୁଗେଯୁଗେ କାହିଁକି ଯେ ମୋ ପରି ନିରୀହା ଝିଅମାନେ ବଳିପଡୁଥନ୍ତି ଇତିହାସ ଲେଖାଯାଏ ଦିଗବିଜୟର ନିରବରେ ନିରତକ୍ଷଣରେ…

କବିତା : ସ୍ମୃତି

ଗୌରାଙ୍ଗ ପଟେଲ  ଦେଖୁଥିବା ସ୍ବପ୍ନ ରେ ଭାସି ଭାସି ହଠାତ ଚେଇଁ ଉଠିଲାପରେ . . . କାହାଣୀ ଭଳିଆ ଲାଗୁଥିବା ଅବଚେତନ ମନର ରଚନାକୁ ସୁର ଦେବାକୁ ଚେଷ୍ଟା କଲେ ଯେପରି ଝାପ୍ସା ଓ ଖାପଛଡ଼ା ଜଣାପଡେ ! ଓଦା ବାଲି ଦେହରେ ଚିତ୍ର ଟିଏ ଆଙ୍କିବାକୁ ଯାଉଥିଲି ସିନା ସମାପ୍ତି ପୂର୍ବରୁ…

କବିତା : ଲୀଳାମୟ ତୁମେ ଜଗନ୍ନାଥ

ପ୍ରଶାନ୍ତ କୁମାର ନାଥ ଲୀଳାମୟ ତୁମେ ନୀଳ ଜଳଧିରେ କୋଟି ଜଳ ବିନ୍ଦୁ ରାଶି କେ ପାରିବ କଳି ତୁମ ରୂପ ରାଶି ଏ ଜଗତ ଦାଣ୍ଡରେ ବସି। ପ୍ରତି ହୃଦୟରେ ତୁମେ ବିରାଜିତ ସୁକ୍ଷ୍ମ ରୂପ ତୁମ ଧରି ମୃତେ ଵି ଜୀବିତ ଜୀଵିତେ ବି ମୃତ ଜୀବନକୁ କର ପାରି। ପିୟୁଷରେ ତୁମେ ବିଷରେ ବି ତୁମେ…

କବିତା : ଶୀତ ରାତି

ଅମିୟଭାନୁ ଧଳ  ଅସରନ୍ତି ଶୀତରାତି ଧିରେ ଧିରେ ବଢୁଥାଏ ବିଲ, ଖାଲ, ପଡ଼ିଆ, ଗଡ଼ିଆ ବାଡ଼ଡେ଼ଇଁ ବେଢିଯାଏ ଶୀତଳ ପ୍ରଲେପ ମୋ ତାଳୁରୁ ତଳିପା, ଉଷ୍ମତାର ଶିକୁଳିରୁ ମୁକୁଳି ଶବ୍ଦମୟ ଶୀତ ଭରିଯାଏ, କୋଠରୀର ପ୍ରତ୍ୟେକ ଶୂନ୍ୟତାରେ ରାତି ବଢିଲେ ଶୀତ ବଢେ ଶୀତ ବଢିଲେ ବଢିଯାଏ ତରଳ…

କବିତା : ଜୀବନ

ଦାମୋଦର ପଣ୍ଡା ବାହାରେ ମେଘ ଓ ଅଦିନିଆ ବର୍ଷା , ଶେଯରେ ଗୋଟେ ଫୁଙ୍ଗୁଳା ଦେହ ଓ ନପୁଂସକ ରାତି । ଜଣେ ଜଳି ଯାଉଛି ଡହ ଡହ ନିଆଁରେ ଆଉ ଜଣେ ଶବ ପାଲଟି ଯାଉଛି ବରଫରେ । ପବନ ସାପ ପରି ରଙ୍ଗି ଯାଉଛି ଆମ ମଝିରେ ଛାଇ ନିଦରୁ ଉଠିବା ପରେ ଦି ଜଣ ମିଳିତ ହେଉଥିଲେ ଶୃଙ୍ଗାରରେ…

କବିତା : ମୃଦଙ୍ଗ

ଗଦାଧର ସାହୁ  ଭିତରେ ଅଦୃଶ୍ୟ ଲମ୍ବା ପୋଡା ମାଟି ହାଣ୍ଡି, ଉପରେ ମାଳ ମାଳ ଚମଡା ଛାଉଣୀ ବାମ ଡାହାଣରେ ଗୋଲାକାର କଳାଦାଗ କିରଣ ସରିଛି, ଏବେ ବାଜିବାକୁ ସେ ପ୍ରସ୍ତୁତ ଆସ କିଏ ବଜାଇବ । ତା ଦେହରୁ ନାଦବ୍ରହ୍ମ ,ଶବ୍ଦବ୍ରହ୍ମ ବାହାର କରିବା କଳା, କୌଶଳ ସିଖିଛତ ? କେତେ…

କବିତା : ମହଜୁଦ କବିତାର ଶକ୍ତି

ଗଜାନନ ମିଶ୍ର ଦେଖ, ଦେଖ ମନ୍ଦକୁ ଅଲଗା କରୁଛି, ମହଜୁଦ ପୁଣି ସବୁଠି କବିତାର ଶକ୍ତି। ଯିଏ ଯାହାର ଯେମିତି କହିବାର ଅଛି କହିବେ, ଯିଏ ଯାହାର ଯେମିତି କରିବାର ଅଛି କରିବେ କବିତାକୁ ନିଜ ବାଟରେ ଯିବାର ଅଛି ଆଉ ଯେମିତି ହେଉ ଯିବ ହିଁ । ଭାବନି ଏଣୁତେଣୁ, ହେବାର ନାହିଁ…

କବିତା : କଟକ

ଚାରୁଦତ୍ତ ପାଣିଗ୍ରାହୀ  ପ୍ରାୟ ଭାବେ କଟକର ପାଗଳାମି ବା ଖାମଖିଆଲି ଟା କଣ ଏତେ ଯୁଗାନ୍ପୁଯୋଗୀ ବା ଏତେ ଅଦରକାରୀ ଯେ ନିଜତ୍ବ ଲୋପ ପାଇବାଟା ପୁଣି ଗୋଟାଏ ପ୍ରବୃତ୍ତି !! ପ୍ରାୟତଃ ନିର୍ଭିକ ପ୍ରେମିକ ଟିକେ ବେକାର ଟିକେ ନାଚାର ଆଉ ମସ୍ତ କଳାକାର !! କେବେ ନିଜ କଥା…

କବିତା : କାଠଗଡ଼ାରୁ ଈଶ୍ବର

ରାମକୃଷ୍ଣ    ତମର ସବୁ ଅଭିଯୋଗ ସତ ସ୍ବୀକାର କରୁଛି ତମର ସବୁ ଆକ୍ରୋଶ , ନିଜେ ନିଜର ଆଲୁଅରେ ଛାଇଟିଏ ହୋଇ ଛିଡାହେବା ନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେ ଶୂନ୍ୟତାକୁ ଘେରିବା କେଡେ କଠିନ ସତରେ, ଆଉ କେଡେ ମାରାତ୍ମକ ବି ନିଜସହ ଲୁଚକାଳି ଖେଳିବାକୁ ଟୁକୁଡା ଟୁକୁଡା ହୋଇ…