Latest Odisha News

BREAKING NEWS

Browsing Tag

protest

ବସ୍ତି ବାସିନ୍ଦାଙ୍କୁ ଥାଇଥାନ ଦାବିରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା : ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ରାୟଗଡ଼ାରେ ଜୋର ଧରିଲା ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ବସ୍ତି ବାସିନ୍ଦା । ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ ଅନୁଯାୟୀ ତୁରନ୍ତ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି…

ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଶ୍ରମିକ ଅଶାନ୍ତି

ଯାଜପୁର : ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ମୁଣ୍ଡ ଟେକିଛି ଆଉ ଏକ ଆନ୍ଦୋଳନ । ଟାଟା ଖଣି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳର ଶତାଧିକ ଛଟେଇ ଶ୍ରମିକ ଓ…

ପୋଷାକ ଖୋଲି ପ୍ରତିବାଦ କଲେ ୫୦ ବିମାନ ପରିଚାଳିକା, ବିଶ୍ୱରେ ଚାଂଚଲ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ଇଟାଲିରେ ଅଭିନବ ପ୍ରତିବାଦ । ଚାକିରୀ ହରାଇବା ଓ ଦରମା କାଟକୁ କେନ୍ଦ୍ର କରି ଅଲିଟାଲିଆ ଏୟାରଲାଇନର ବିମାନ ପରିଚାଳିକାମାନେ ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ଇଟାଲୀର ରାଜଧାନୀ ରୋମର ଟାଉନ୍ ହଲ୍…

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ମାଲକାନଗିରି: ଗୋଟିଏ ପଟେ କରୋନା ମହାମାରୀର ଲଗାତାର ଚଡକ । ସେପଟେ କେନ୍ଦ୍ର ସରକାରଙ୍କ ବିପରୀତଗାମୀ ନିଷ୍ପତ୍ତି । ରୋଜଗାର ଅଭାବ ଓ ରୋଗର ତାଡନାକୁ ଆଉ କେତେଦିନ ସହିବେ ସାଧାରଣ ଲୋକେ । ପେଟ୍ରୋଲ୍ ଓ ଡିଜେଲ୍ ପରେ ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଘଟଣା ମଧ୍ୟବିତ୍ତ ପରିବାରକୁ ଧନ୍ଦି ପକାଇଛି ।…

ସିଂହଦ୍ୱାର ସମ୍ମୁଖରେ ଧାରଣାରେ ରାଣୀ

ପୁରୀ: ବଡ଼ ଦାଣ୍ଡରେ ଯାତ୍ରା ନାୟିକା ରାଣୀ ପଣ୍ଡା । ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ସଜେଇ ହୋଇ ଧାରଣାରେ ବସିଛନ୍ତି ରାଣୀ । ପୂର୍ବରୁ ରାଜକନିକା ଅଞ୍ଚଳର ଜଣେ ଯୁବକ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶଦ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ରାଣୀ ନିଜେ ଥାନାରେ ଏତଲା ଦେଇଥିଲେ । ହେଲେ ଏଯାଏଁ…

ମଦ ବ୍ୟବସାୟୀଙ୍କୁ ଟିକସ ଛାଡ ନିଷ୍ପତ୍ତିକୁ ନେଇ କଂଗ୍ରେସର ପ୍ରତିବାଦ

ଯାଜପୁର: ମଦ ବ୍ୟବସାୟୀଙ୍କୁ ଟିକସ ଛାଡ କରିବାକୁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ ଦଳ ବିରୋଧ କରିଛି । ଆଜି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।…

‘ଏକାମ୍ର କାନନରୁ ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ’

ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ରକାନନ ଫାର୍ମ ଜମିକୁ ନେଇ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ବିରୋଧରେ ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିରୋଧ ପ୍ରଦର୍ଶନ । ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟିଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ।…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

କୃଷି ବିଲକୁ ନେଇ ତେଜିଲା ବିକ୍ଷୋଭ: ଚିରିଲେ ବିଲ, ଜାଳିଲେ ଟ୍ରାକ୍ଟର

ହରିୟାଣା: ରବିବାର ଦିନ ରାଜ୍ୟସଭାରେ ପାରିତ ହୋଇଥିବା ନୂତନ ଚାଷ ଆଇନ ବିରୋଧରେ ହରିୟାଣାର କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀ କୃଷକମାନେ ସିର୍ସାର ଏକ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି। ବିକ୍ଷୋଭକାରୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, "ବେସରକାରୀ କ୍ରୟକାରୀଙ୍କ ପାଇଁ…

ଫାର୍ମ ଅର୍ଡିନାନ୍ସ ବିରୋଧରେ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରକୁ ଲାଠି ମାଡ଼

ଚଣ୍ଡିଗଡ଼: କେନ୍ଦ୍ର ସରକାରଙ୍କ ତିନୋଟି ଚାଷ ସମ୍ବନ୍ଧୀୟ ନିୟମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରକୁ ଲାଠି ମାଡ଼ କରାଯାଇଛି ।  ରାଜ୍ୟ ତଥା ଜିଲ୍ଲା ପ୍ରଶାସନର କରୋନା କଟକଣା କୁ ଅଣଦେଖା କରି ଏହି ରାଲିର ଆୟୋଜନ କରାଯାଉଥିବା କୁରୁକ୍ଷେତ୍ରରେ ପୋଲିସ ଅଭିଯୋଗ କରିଛି ।…