Latest Odisha News

BREAKING NEWS

Browsing Tag

puri

ପୁରୀ ସାହିଯାତରେ ରାବଣ: ସମ୍ପନ୍ନ ହେଲା ଲଙ୍କାପୋଡ଼ି ନୀତି

ପୁରୀ: ପୁରୀ ସାହିଯାତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲକ୍‌ଡାଉନରେ ଏହି ସାହିଯାତର ମଜ୍ଜା ଦେଖିବାକୁ ମିଳିନାହିଁ । ଔପଚାରିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ଲଙ୍କାପୋଡ଼ି ନୀତି । ଆଜି ଶ୍ରୀମନ୍ଦିରରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ…

ମହାପ୍ରଭୁଙ୍କ ଚନ୍ଦନଯାତ୍ରା; ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଛି ପ୍ରସ୍ତୁତି

ପୁରୀ: ଏବେ ଲକ୍‌ଡାଉନ୍ ଯୋଗୁଁ ସାରା ଶ୍ରୀକ୍ଷେତ୍ର ଖାଁ ଖାଁ ଲାଗୁଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ସମସ୍ତଙ୍କ ଲକ୍ଷ୍ୟ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପବିତ୍ର ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା ଉତ୍ସବ । ପୁରାଣ ପ୍ରସିଦ୍ଧ…

ଲକ୍‌ଡାଉନରେ ଖାଁ ଖାଁ ଲାଗୁଛି ପୁରୀ ସ୍ୱର୍ଗଦ୍ୱାର; ହ୍ରାସ ପାଉଛି ଦୈନିକ ଶବଦାହ

ପୁରୀ: ଓଡ଼ିଶାରେ ଏବେ ଚାଲିଥିବା ଲକ୍‌ଡାଉନ୍ ଯୋଗୁଁ ପୁରୀ ସହର ଜନଶୂନ୍ୟ ହୋଇପଡ଼ିଛି । ଏହାସାଙ୍ଗକୁ ବେଳାଭୂମି ଓ ସ୍ୱର୍ଗଦ୍ୱାର ମଧ୍ୟ ଲକ୍‌ଡାଉନ୍ ପ୍ରଭାବରେ ଖାଁ ଖାଁ ଲାଗୁଛି । କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ଲକ୍‌ଡ଼ାଉନ୍ ଘୋଷଣା ହେବା ପୂର୍ବରୁ ସ୍ୱର୍ଗଦ୍ୱାରରେ ଦୈନିକ ୧୦୦ଟି ଶବଦାହ…

ପୁରୀରେ ସମ୍ପନ୍ନ ହେଲା ଚଳନ୍ତି ପ୍ରତିମାଙ୍କ ସୀତାଚୋରି ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ଦେବୀ ସୀତାଙ୍କର ଚଳନ୍ତି ପ୍ରତିମା ଜଗନ୍ନାଥବଲ୍ଲଭ ମଠକୁ ବିଜେ କଲାପରେ ସେଠାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବରୁ ଆରମ୍ଭ ହୋଇଛି ନୀତି ।…

ପୁରୀ କରୋନା ସଂକ୍ରମିତ ରୋଗୀ ଭୁବନେଶ୍ୱରର ଏହିସବୁ ସ୍ଥାନରେ ବାଣ୍ଟିଥିଲେ ଡାକ

ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ଅଞ୍ଚଳର କରୋନା ସଂକ୍ରମିତ ରୋଗୀ ଜଣକ ଭୁବନେଶ୍ୱର ବିଜେବି ନଗର ସବ-ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କମିଶନ (ବିଏମସି)ର କମିଶନର୍ ପ୍ରେମ ଚାନ୍ଦ ଚୌଧୁରୀ । ସେ ଦିଲ୍ଲୀରୁ ଫେରିବା…

ପୁରୀ ସହରରେ କଡ଼ାକଡ଼ି ଚାଲିଛି ଲକ୍‌ଡାଉନ୍‌

ପୁରୀ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିରରେ ଗତ ମାର୍ଚ୍ଚ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଏବେ ଲକ୍‌ଡାଉନ୍ ଯୋଗୁଁ ପୁରୀ…

କରୋନା ଲଢେଇରେ ପୋଲିସ, ଡାକ୍ତର, ନର୍ସଙ୍କ ସେବା: ବାଲୁକାକଳାରେ ସୁଦର୍ଶନ କଲେ ପ୍ରଶଂସା

ପୁରୀ: ମରଣାନ୍ତକ କରୋନା ମହାମାରୀ ଯୋଗୁଁ ଏବେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡ଼ିଛି । ଘାତକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଦୈନିକ ଶହ ଶହ ବ୍ୟକ୍ତି ପ୍ରାଣ ହରାଇବାରେ ଲାଗିଛନ୍ତି । ସମସ୍ତ ଘାତ ପ୍ରତିଘାତ ତଥା ପ୍ରତିବନ୍ଧକକୁ ଭ୍ରୁକ୍ଷେପ ନ’କରି ଏହି କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି…

ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଜଣ ଭୁବନେଶ୍ୱରରୁ ହୋଇଥିବା ବେଳେ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ପିଗି ବ୍ୟାଙ୍କ ଦାନକଲେ ପୁରୀର କୁନି ଛାତ୍ର ରୁଦ୍ରମାଧବ

ପୁରୀ: କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟକ୍ତି, ସଂଗଠନ ତଥା କର୍ପୋରେଟ ସଂସ୍ଥାମାନେ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ପୁରୀର ଜଣେ ସାତ ବର୍ଷର ଛାତ୍ର କୁମାର ରୁଦ୍ରମାଧବ । ପୁରୀର ମାର୍କଣ୍ଡେଶ୍ୱର ସାହିର କୁମାର ରୁଦ୍ରମାଧବ…

ଆଜି ପୁରୀ ଗସ୍ତରେ ଯିବେ ମମତା ବାନାର୍ଜୀ !

ପୁରୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ବୁଧବାର ଦିନ ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ ଲାଗି ଯିବେ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ଦିନ ସକାଳ ୯ଟାରେ ମମତା…