ସନେଟ : ପ୍ରଣୟର ଦୁଇଧାର
ରଞ୍ଜିତା ରାଣୀ ହୋତା
ତୁମେ ପଦ୍ମିନୀ ସୂର୍ଯ୍ୟମୁଖୀ ମୁଁ ପ୍ରଣୟର ଦୁଇଧାର,
ତୁମେ ଛଳ ଛଳ ପୁଣ୍ୟତୋୟା ଗୋ ଫଲଗୁଟିଏ ମୁଁ ଛାର।
ତନୁସିନା ମୋର କନକ ବରଣା , କନକ କପାଳ ତବ
ହୃଦତନ୍ତ୍ରୀର ସ୍ନିଗ୍ଧ ସୁର ମୁଁ ତୁମେ ଅଭିନବ ସ୍ତବ।
ନିଶିଶେଷେ ଯେବେ ପ୍ରାଚୀଦେଶେ ନବାରୁଣ ତନ୍ଦ୍ରାରୁ ଜାଗେ,…