Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା : ବିଦଗ୍ଧ ହୃଦୟ

ମୂଳ ରଚନା : ଲୁଇସ ଗ୍ଲୁକ ଅନୁବାଦ: ଆସୀମା ସାହୁ ସୁଖ-ସ୍ମୃତିକୁ ଝୁରିହେବାର ଯନ୍ତ୍ରଣା ଠାରୁ ବଳି ଦୁଃଖ , ଆଉ କିଛି ନାହିଁ ସେ ନାରୀକୁ ପଚାର,ସେ କିଛି ପସ୍ତଉଛି କି ମୁଁ ଦିନେ କାହାର ବାଗଦତ୍ତା ଥିଲି କିନ୍ତୁ ଆଜି ରହୁଛି ଅନ୍ୟ ଜଣକ ସାଥିରେ ସେକଥା ତୁମେ ଭୁଲିଯାଅ…

ଗଳ୍ପ : ମରୀଚିକା

ମନୋରମା ସାହୁ     (୧) ବାଦଲ ଯେଉଁଦିନ ଚାକିରି ପାଇଲା,ସେଦିନ ବାପା ନୀଳକଣ୍ଠଙ୍କର ଛାତି ଖୁସିରେ କୁଣ୍ଢେମୋଟ ହୋଇଗଲା।ଯା'ହେଉ ତାଙ୍କ ପୁଅକୁ ଶେଷରେ ଭଗବାନ ଦୟା କଲେ।ମାଷ୍ଟର ଚାକିରି।ଲକେତେ ଲୋକ ତାଙ୍କ ପୁଅକୁ ନମସ୍କାର କରିବେ।ଭାରି ଇଜ୍ଜତବାଲା ଚାକିରିଟାଏ। ସମ୍ମାନ ସହିତ…

କବିତା : ଅଶୀବର୍ଷର ଗପ

ବୀରେନ୍ଦ୍ର ନାୟକ  ଜେଜେମାଆ ଭାଗ୍ଯ କଣ କହିଲୁ ? ସେ କହିଲା ବୋଉ ନିଇତି ନେସୁଥିବା ଗୋଟେ ଭଙ୍ଗା ଚୁଲି ! ମୁଣ୍ଡେଇଥାଏ ଗୋଟେ ପୃଥିବୀ କୁହୁଳୁଥାଏ କିଛି କଥା ଆଉ ନଥା ଭାଜି ହୁଏ ପୋଡିହୁଏ କିଛି ଭୂଲ୍ ଆଉ ଠିକ୍। ଏଇତକରେ ସରେନିରେ ଗୋଟେ ଭାଗ୍ଯ ଆଛା !! ଆଉ କଣ କହୁନୁ ତାହେଲେ ?…

କବିତା : ଯଦି

ମୂଳ ଇଂରାଜୀ : ରଡୟାଡ କିପଲିଙ୍ଗ  ଅନୁବାଦ : ସରଳ କୁମାର ଦାସ ଯଦି ତମେ ତମ ମସ୍ତିଷ୍କ ଶାନ୍ତ ରଖିପାରିବ ଯେବେ ସମସ୍ତେ ତମ ବିଷୟରେ କରୁଥିବେ ସେମାନଙ୍କ ମୁଣ୍ଡ ଖରାପ ଆଉ ତା ଲାଗି ଦାୟୀ କରୁଥିବେ ତମକୁ, ଯଦି ତମେ ନିଜକୁ ଭରସି ପାରୁଥିବ ଯେବେ ସମସ୍ତେ ସନ୍ଦେହ କରୁଥିବେ ତମକୁ, କିନ୍ତୁ…

କବିତା : ଲକ୍ ତାଉନ୍‌

ସଞ୍ଜୟ ଭଟ୍ଟ  ତମକୁ ଯେତେ ମୁଣ୍ଡରୁ ଫିଙ୍ଗିବି କହିଲେ ଫିଙ୍ଗି କେଉଁ ପାରୁଛି ଇପ୍ସିତା ? ତମେ ତ ଝିଟିପିଟି ର ଟକ୍ ଟକ୍ ପରି ମତେ ଉଠେଇ ଦେଉଛ ରାତି ଅଧରେ ! ଦିନେ ମୁଁ ପଚାରିଥିଲି -କହ ଇପ୍ସିତା ତମର ସ୍ୱପ୍ନ କ'ଣ ? ତମେ କହିଥିଲ- ମୋ କବିତା ଟେ ଛପା ହୁଅନ୍ତା କି ବିଜୟା ପତ୍ରିକା…

କବିତା : ଚାଳଘର

ଡମ୍ବରୁଧର ବେହେରା  ଦୁଇଟି ଚାଳଘର ଘର ଉପରେ ଆକାଶ ଚାଳଘର କୋଣରେ ଚୁଳିଆ ଚଢେଇର ବସା, ଶାବକ ଆସି ଅଣ୍ଡା ଦେଇ ପୁଣି ବଡ଼ ହେଇ ଉଡିଯିବା ପରେ ଗୋଟେ ସଫେଦ ଗୋଲାକୃତ ଆଙ୍କିଦେଲା ପରେ ତମକୁ ଦେଖେଇ କହିଲି ଦେଖ "ମଲା ଜହ୍ନ" ବଢିଆ ହେଇଛି ନା ? ତମେ ଅବିକଳ ସେମିତି ଆଙ୍କିଲ ଓ କହିଲ…

ଗଳ୍ପ : ମଣିଷ ପଣିଆ 

କୌସ୍ତୁଭ ମାନ୍ନା  ଅତ୍ୟନ୍ତ କଡା ନିରାପତ୍ତା ଓ ଜାକଜମକରେ ନିର୍ବାଚନୀ ସଭା ଶେଷ ହେଲା। ନେତା, ମନ୍ତ୍ରୀ, ସମର୍ଥକ, ମାଇକବାଲା, ଲାଇଟବାଲା ଓ ସ୍ବାଗତ ସମର୍ଦ୍ଧନାକାରି ଦଳ ସମସ୍ତେ ନିମିଷକ ମଧ୍ୟରେ ସେଇ ସ୍ଥାନ ଛାଡ଼ି ନିଜ ନିଜ କାମରେବାହୁଡ଼ିଲେ। ରହିଗଲା, କେବଳ ନେତା ବକ୍ତା ଶୂନ୍ୟ ଖାଲି…

କବିତା : ଗୁହାରୀ ଶୁଣ

ପ୍ରସେନଜିତ ସେଠୀ  କାଳିଆ ତୁ ଶ୍ରୀକ୍ଷେତ୍ରେ ବିରାଜି ବୋଲାଉ ଜଗତ ଈଶ୍ଵର ତୋ ଇଙ୍ଗିତେ ଏ ସାରା ସଂସାର ପ୍ରତି କ୍ଷଣ ହୁଅଇ ତତ୍ପର ତୁ ଦେଖୁଥାଉ ତୋ ଲୀଳା ସମ୍ଭାର ତୋର ରତ୍ନ ସିଂହାସନେ ରହି ସ୍ଥିର!! ସଭିଏଁ ତୋର କ୍ଷେତ୍ରେ ଯାଇ ତୋ ପାଶେ ପଶନ୍ତି ଶରଣ ନିଜ ଦୁଃଖ ଦୁର୍ଦ୍ଦଶା…

କବିତା : ରବର

ଗଦାଧର ସାହୁ ଲିଭେଇ ଚାଲିଛି ଯେତେ ଭୁଲ୍ ଭାଲ୍ ଠିକ୍ ଠାକ୍ କରିବାକୁ, ଆଉ କେତେ ଅଛି କହିଦିଅ ଥରେ ଲିଭେଇ ଦେବି ମୁଁ ସବୁ। ଲିଭେଇ ଲିଭେଇ ସରି ମୁଁ ଯାଉଛି ନ ସରୁଛି ତୁମ ଭୁଲ୍, ସେହି ଭୁଲ୍ ପାଇଁ କେତେ ଗାଳି ମାଡ ତଥାପି ବି କର ଭୁଲ୍ ।

କବିତା : ଏ ବାଟରେ

ରାମକୃଷ୍ଣ  ଏ ବାଟରେ ଯେଉଁମାନଙ୍କ ପାଦ ପଡ଼େ ସେମାନେ ଆଉ ଫେରନ୍ତି ନାହିଁ ଫେରେ ଦେହର ସୁଗନ୍ଧ ଲେଉଟାଣି ପବନରେ ଯାହା ଆକ୍ତାମାକ୍ତା କରେ ଅନ୍ଧ ବାଟୋଇକୁ ହଜିଯିବା ଲିଭିଯିବାର ମୋହରେ ! ଅନ୍ଧ ନକହିବ ତ ଆଉ କଣ କେଉଁ ସୁଖ ବା ଥାଏ କେଜାଣି ? ଖଣ୍ଡାଧାରରେ ପାଦ ଥାପି ଥାପି…