Latest Odisha News

BREAKING NEWS

ଏସବୁ କଥାକୁ ଦିଅନ୍ତୁ ଗୁରୁତ୍ୱ, ଶାଶୁ-ବୋହୂ ସମ୍ପର୍କରେ ଆସିଯିବ ସୁଧାର

ଆପଣଙ୍କ ବୋହୂ ଆପଣଙ୍କ କଥା ଶୁଣୁନାହିଁ କି କିମ୍ବା ଆପଣଙ୍କ ଶାଶୁ ଆପଣଙ୍କ ଉପରେ ସବୁବେଳେ ରାଗୁଛନ୍ତି କି? ସବୁବେଳେ ଛୋଟମୋଟ କଥାକୁ ନେଇ ଆପଣଙ୍କ ଘରେ ଝଗଡା ହେଉଛି କି? ଆପଣ କଣ ଚାହୁଁଛନ୍ତି ସିଏ ବୁଝିପାରୁନାହାନ୍ତି କି? ଏହା ଦ୍ୱାରା ପରିବାରରେ ସବୁବେଳେ ମନୋମାଳିନ୍ୟ ରହୁଛି କି? ଯଦି ହଁ, ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି କଥା କହିବୁ ଯାହାକି ଆପଣଙ୍କୁ ବେଶ ସହାୟକ ହେବ ଓ ସମ୍ପର୍କ ସୁଧାରିବାରେ ସାହାଯ୍ୟ କରିବ ।

ମା-ଝିଅ ଭଳି ସମ୍ପର୍କ
ଅନେକ ସମୟରେ ଶାଶୁ-ବୋହୂଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାର ବଡ କାରଣ ହେଉଛି ଯେ ଉଭୟ ସମ୍ପର୍କକୁ ଭଲ ଭାବେ ବୁଝିପାରନ୍ତି ନାହିଁ । ଆଉ ଏଥିପାଇଁ ଶାଶୁ ଯଦି ବୋହୂକୁ ଝିଅ ଭଳି ବ୍ୟବହାର ଦେଖାଇବେ ତେବେ ସମ୍ପର୍କରେ ସୁଧାର ଆସିଯିବ । ଝିଅ ଯେମିତି ଅଭିମାନ କଲେ, ତାହାର ଅଭିମାନକୁ ଆପଣ ସହିଯାନ୍ତି, ଠିକ ସେମିତି ବୋହୂକୁ ମଧ୍ୟ ଝିଅ ଭଳି ବ୍ୟବହାର କରନ୍ତୁ ।

ସମୟ ବିତାନ୍ତୁ
ଦୁଇ ଜଣ ପରସ୍ପରକୁ ବୁଝିବା ପାଇଁ ସମୟ ଲାଗିବ । ଯଦି ଆପଣ ଦୁହେଁ ଆପଣଙ୍କ ସମ୍ପର୍କକୁ ମିଠା କରିବାକୁ ଚାହୁଁଛନ୍ତି ତେବେ ପରସ୍ପର ସହ ସମୟ ବିତାନ୍ତୁ । ପରସ୍ପରର ସୁଖ-ଦୁଃଖ ବାଣ୍ଟନ୍ତୁ । ବାହାଘର ସମୟର ମିଠା ଅନୁଭୂତିକୁ ପୁଣି ମନେ ପକାନ୍ତୁ । ପରସ୍ପରର ଚିନ୍ତାଧାରାକୁ ସମ୍ମାନ ଦିଅନ୍ତୁ ।

ପସନ୍ଦ କଣ ଜାଣନ୍ତୁ
ଅନେକ ଥର ଦେଖିବାକୁ ମିଳିଥାଏ ଯେ, ଶାଶୁ-ବୋହୂ ନିଜର ପସନ୍ଦକୁ ଅନ୍ୟ ଜଣେ କରିବ ବୋଲି ଭାବିନେଇଥାନ୍ତି । କିନ୍ତୁ ଏଭଳି କରିବା ଦ୍ୱାରା ସମ୍ପର୍କ ଫିକା ହୋଇଯାଇଥାଏ । ଶାଶୁଙ୍କର କଣ ପସନ୍ଦ ତାହା ବୋହୂ ଗୁରୁତ୍ୱ ଦେବା ଉଚିତ । ଠିକ ସେହିଭଳି ଶାଶୁ ମଧ୍ୟ ବୋହୂଙ୍କର କଣ ପସନ୍ଦ ତାହାକୁ ବୁଝିବା ଉଚିତ ।

Leave A Reply

Your email address will not be published.