Latest Odisha News

BREAKING NEWS

ଅଗଷ୍ଟ ୧୨ରେ ଲାଗିବ ସବୁଠୁ ଲମ୍ବା ସୂର୍ଯ୍ୟ ପରାଗ…

ନୂଆଦିଲ୍ଲୀ: ୧୨ ଅଗଷ୍ଟ, ୨୦୨୬ରେ ଆକାଶରେ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦୃଶ୍ୟ ଦେଖାଯିବ। ଏହି ଦିନ ଏକ ବଳୟକାର ସୂର୍ଯ୍ୟଗ୍ରହଣ ଲାଗିବ। ଯାହାକୁ “ରିଙ୍ଗ ଅଫ୍ ଫାୟାର” ମଧ୍ୟ କୁହାଯାଏ। ଏହି ସମୟରେ ଚନ୍ଦ୍ର, ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଢାଙ୍କିବ ନାହିଁ ଯାହା ଫଳରେ ଏହା ଏକ ଉଜ୍ଜ୍ୱଳ ଅଗ୍ନି ବଳୟ ପରି ଦେଖାଯିବ। ଏହି ଗ୍ରହଣକୁ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଜ୍ୟୋତିଷଙ୍କ ଅନୁସାରେ ଏହି ଗ୍ରହଣ କର୍କଟ ରାଶି ଏବଂ ଅଶ୍ଳେଷା ନକ୍ଷତ୍ରରେ ହେବ। ତେଣୁ ଏହି ସମୟରେ ଲୋକଙ୍କ ମନୋଭାବ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇପାରେ। ଅନେକ ପୁରୁଣା ସମ୍ପର୍କ କିମ୍ବା ଅତୀତର ଘଟଣା ଉପରେ ଧ୍ୟାନ ଦେଇପାରନ୍ତି।

ଏହି ସୂର୍ଯ୍ୟଗ୍ରହଣ ୧୨ ଅଗଷ୍ଟ, ୨୦୨୬ ରାତି ୯:୦୪ ରେ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ ସକାଳ ୪:୨୫ ପର୍ଯ୍ୟନ୍ତ ଚାଲିବ। ଏହାର ମୁଖ୍ୟ ପର୍ଯ୍ୟାୟ ପ୍ରାୟ ୬ ମିନିଟ୍ ୨୩ ସେକେଣ୍ଡ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଉଛି। ଯାହା ସବୁଠାରୁ ଲମ୍ବା ଗ୍ରହଣ ହେବ।

ତେବେ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଫଳସ୍ୱରୂପ ସୂତକ ସମୟ ବୈଧ ହେବ ନାହିଁ। ଏହାର ଅର୍ଥ ହେଉଛି ଧାର୍ମିକ ରୀତିନୀତି କିମ୍ବା ଦୈନନ୍ଦିନ କାର୍ଯ୍ୟକଳାପ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

Leave A Reply

Your email address will not be published.