Latest Odisha News

BREAKING NEWS

ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି, ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଟାଙ୍ଗୀ: ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ରୋଯ ଘରର ଗ୍ରିଲ୍ ଭାଙ୍ଗି ମନ୍ଦିରକୁ ପଶି ଲୁଟ କରିଛନ୍ତି । ମନ୍ଦିରରେ ଦୁଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ । ସେ ସେହି ଦୁଇଜଣ ଶୋଇପଡ଼ିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିରରୁ ଚୋରି କରିଛନ୍ତି । ମନ୍ଦିର ଭିତରେ ପଶି ମାଙ୍କର ମୁକୁଟ, ଅଣ୍ଟା ପଟି, ହାର,ହାତ ପଲା,ଆଖି,ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାରସବୁ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.