Latest Odisha News

BREAKING NEWS

ମାଷ୍ଟରସେଫ୍ ଇଣ୍ଡିଆ ସିଜନ୍‌-୬ର ବିଜେତା ହେଲେ ଓଡିଆ ପୁଅ ଅବିନାଶ

ମୁମ୍ବାଇ: ଭାରତର ଲୋକପ୍ରିୟ କୁକିଙ୍ଗ ରିଆଲିଟି ଶୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୬’ର ବିଜେତା ହୋଇଛନ୍ତି ଓଡିଆ ପୁଅ ଅବିନାଶ ନାୟକ । ୨୭ ବର୍ଷର ଅବିନାଶ ନାୟକ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୬’ର ଟାଇଟଲ ହାତେଇବା ସହ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଓଇନ୍ଦ୍ରିଲା ବାଲା(୩୫) ଶୋ’ର ରନର୍ସଅପ ଘୋଷିତ ହୋଇଛନ୍ତି ।

ରୋଷେଇ କରିବାର ସଉକ ରଖୁଥିବା ଅବିନାଶଙ୍କ ଘର ବ୍ରହ୍ମପୁର ସହରରେ । ଶୋ’ରେ ସେ ଟପ୍ ଟେନ୍ ରେ ନିଜ ସ୍ଥାନ ବଜାୟ ରଖିଥିଲେ ଓ ତା’ପରେ ସେ ଧିରେ ଧିରେ ଫାଇନାଲକୁ ଅଗ୍ରଗତି କରିଥିଲେ ।

ଫାଇନାଲରେ ପ୍ରତିଯୋଗୀଙ୍କୁ ‘ଥ୍ରୀ-କୋର୍ସ-ମିଲ’ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । ଏବଂ ଏଥିରେ ଅବିନାଶ ବିଚାରକ ମଣ୍ଡଳୀଙ୍କ ହୃଦୟ ଜିତି ନେଇଥିଲେ । ସେ ଚିଙ୍ଗୁଡି, ଅଦା ମାଂସ ଓ ଓଡିଶାର ପାରମ୍ପରିକ ଛେନାପୋଡ ପ୍ରସ୍ତୁତ କରି ବିଚାରକଙ୍କ ସମାନାରେ ରଖଥିଲେ ।

ସୂଚନାଯୋଗ୍ୟ, ଅବିନାଶ ହେଉଛନ୍ତି ପ୍ରଥମ ଓଡିଆ, ଯିଏକି ମାଷ୍ଟରସେଫ ଶୋ’କୁ ମନୋନୀତ ହୋଇଥିଲେ ଏବଂ ‘ଚିକେନ୍ ବେସର’ ପ୍ରସ୍ତୁତ କରି ବିଚାରକଙ୍କ ମନ ଜିଣିଥିଲେ ।

ଅବିନାଶ ହାଇଦ୍ରାବାଦର ଇନଫୋସିସରେ ଜଣେ ବରିଷ୍ଠ ସିଷ୍ଟମ ଇଂଜିନିୟର ଭାବେ କାମ କରନ୍ତି । ସେ ରାଜଗାଙ୍ଗପୁର ଏସ.ଏ.ଆଇ.ଇ.ଆର.ସି ସ୍କୁଲରୁ ପାଠ ପଢ଼ିଛନ୍ତି ଓ ଭୁବନେଶ୍ୱର ଗାନ୍ଧୀ ଇଂଜିନିୟରିଂ କଲେଜରୁ ସ୍ନାତକ କରିଛନ୍ତି । ସେ ମାର୍ଚ୍ଚ ୧ରେ ମାଷ୍ଟରସେଫ୍ ଟାଇଟଲ ସହ ଘରକୁ ଫେରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.