Latest Odisha News

BREAKING NEWS

ଜୁଲାଇ ୧୭ ଭିତରେ ୧୭ ପ୍ରତିଶତ ଅଧିକ ବର୍ଷିଛି, ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ବର୍ଷା ଲାଗି ରହିବ । ତେବେ ଆଜି ଅର୍ଥାତ୍ ଜୁଲାଇ ୧୭ ତାରିଖ ଭିତରେ ୧୭ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି ।

ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ହୋଇଛି । ସେହିପରି ପୁରୀରେ ମଧ୍ୟ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସାପୁଆରେ ବର୍ଷା ୫୦ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ।

ଲଘୁଚାପଜନିତ ବର୍ଷା ଯୋଗୁ ଫୁଲୁଛି ଜଳକା ନଦୀ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୨ ମିଟରରେ ପ୍ରବାହିତ ହେଉଛି । ଆଖୁଆପଦାରେ ବିପଦ ସଙ୍କେତ ପାଖରେ ପାଣି ରହିଛି ।

ଅଧିକ ବର୍ଷା ଯୋଗୁଁ ଶାଳନ୍ଦୀରେ ମଧ୍ୟ ଗୋଟିଏ ଗେଟ୍ ଖୋଲା ଯାଇଛି । ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ କାଲି ସୁଦ୍ଧା ୭୦ ହଜାର କ୍ୟୁସେକ ଜଳ ଇନ ଫ୍ଲୋ ହେବ । ସ୍ଥିତି ଦେଖି ଗେଟ୍ ଖୋଲିବାକୁ ନିଷ୍ପତି ନିଆଯିବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ କହିଛନ୍ତି ।

Leave A Reply

Your email address will not be published.