Latest Odisha News

କାହିଁକି ଜାପାନ ଯିବେ ନବୀନ?

ଭୁବନେଶ୍ୱର: ଜାପାନ ଯିବେ ନବୀନ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ନିର୍ବାଚନ ପାଖେଇ ଆସୁଛି। ସେଥିପାଇଁ ଆଗୁଆ ବିଭିନ୍ନ ଜିଲ୍ଲା ଗସ୍ତ କରି ନବୀନ ବହୁ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏପରିକି ଏ ମାଧ୍ୟମରେ ନବୀନ ଆଗୁଆ ନିର୍ବାଚନ ପ୍ରଚାର ସାରି ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଏଭଳି ସ୍ଥିତିରେ ନବୀନଙ୍କ ଜାପାନ ଗସ୍ତକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ନବୀନ ଜାପାନ ଯିବେ ବୋଲି ଆଲୋଚନା ହେଉଛି। ଏପରିକି କିଛି ମାସ ତଳେ ନବୀନ ଦୁବାଇ ଓ ଇଟାଲୀ ଗସ୍ତ କରିବା ସହ ପୁଞ୍ଜିନିବେଶ ନେଇ ଆଲୋଚନା କରିଥିଲେ।

ଦୁବାଇରେ ଆୟୋଜିତ ପୁଞ୍ଜିନିବେଶ କାର୍ଯ୍ୟକ୍ରମ ଦ୍ୱାରା ଓଡିଶାକୁ ବହୁ କୋଟି ଟଙ୍କା ପୁଞ୍ଜିନିବେଶର ପ୍ରତିଶୃତି ମିଳିଥିଲା। ମୁଖ୍ୟମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟ ବୁଲି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରୋଡ଼ ସୋ ମଧ୍ୟ କରିଥିଲେ। ତା ପରେ ଓଡ଼ିଶାରେ ମେକ ଇନ ଓଡିଶା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଯେଉଁଠି ବହୁ ପ୍ରତିଷ୍ଠିତ ଶିଳ୍ପପତି ଯୋଗ ଦେଇଥିଲା।

ଏବେ ପୁଣି ମୁଖ୍ୟମନ୍ତ୍ରୀ ଜାପାନ ଯାଇ ବିଜନେସ ଟାଇକୁନଙ୍କୁ ଭେଟିବା କଥାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ନିର୍ବାଚନ ଆସନ୍ନ ଥିବାବେଳେ ମେକ ଇନ ଓଡିଶା କନକ୍ଲେଭ ମଧ୍ୟ ସରିଛି। ତେଣୁ ହଠାତ କାହିଁକି ଜାପାନ ବୋଲି ଲୋକେ ଆଲୋଚନା କରିଛନ୍ତି। ତେଣୁ ରାଜ୍ୟକୁ ପୁଞ୍ଜିନିବେଶ ପାଇଁ ନବୀନ ଜାପାନ ଯିବେ ନା ଆଉ କିଛି କାମ ଅଛି ତାକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଏ ଯାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନ ଥିବାରୁ ଏସବୁ କେବଳ ଚର୍ଚ୍ଚାରେ ସୀମିତ ରହିଛି।

Leave A Reply

Your email address will not be published.