Latest Odisha News

BREAKING NEWS

ଶ୍ରୀମନ୍ଦିରରୁ ମୂର୍ତ୍ତି ଖସି ଆହତ ସେବାୟତଙ୍କୁ ସହାୟତାର ହାତ ବଢ଼ାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀଜିଉଙ୍କ ସେବାରେ ନିୟୋଜିତ ସେବାୟତଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସରକାର ହାତକୁ ନେଇଛନ୍ତି ଏକାଧିକ ଯୋଜନା । ସେମାନଙ୍କର ସୁଖଦୁଃଖର ଠିଆ ହେଉଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ସେବା କରିବା ପରେ ଶ୍ରୀମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ସହାୟତାର ହାତ ବଢ଼ାଇ ନିଜ ଦାୟିତ୍ୱବୋଧ ଓ ମାନବିକତାର ପରିଚୟ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ମହାପ୍ରଭୁଙ୍କ ନୃସିଂହ ମନ୍ଦିରରେ ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ରାକ୍ଷାସ ହିରଣ୍ୟକସ୍ୟପଙ୍କ ମୂର୍ତ୍ତି ଖସି ପଡ଼ିବାରୁ ଜମ୍ବେଶ୍ଵର ମହାପାତ୍ର ନାମକ ଜଣେ ସେବାୟତ ଆହତ ହୋଇଛନ୍ତି । ଏହି ଖବର ପାଇବା ପରେ ତାଙ୍କ ଘରେ ପହଞ୍ଚିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

ଆହତ ସେବାୟତ ଜମ୍ବେଶ୍ଵରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ । ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀଙ୍କ ଜମ୍ୱେଶ୍ୱରଙ୍କ ସମସ୍ତ ଚିକିତ୍ସା ବାବଦରେ ବୁଝିବେ । ସେ ହସ୍ପିଟାଲ ସହ ଯୋଗାଯୋଗରେ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave A Reply

Your email address will not be published.