Latest Odisha News

ନିଜ ଅଗଣାରେ ଲଗାନ୍ତୁ ଏହିସବୁ ଗଛ: ଘରୁ ଦୂର ହେବ ବାସ୍ତୁ ଦୋଷ !

ଭୁବନେଶ୍ୱର: ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ସମସ୍ତେ ପୂଜା ପାଠ ଉପରେ ବିଶ୍ୱାସ କରିଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଏମିତି କିଛି ଗଛ ରହିଛି ଯାହାକୁ ଲଗାଇବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡ଼ିଥାଏ।

ଅଶୋକ ଗଛ

କୁହାଯାଏ ଘର ପାଖରେ ଅଶୋକ ଗଛ ଲଗାଇବା ଦ୍ୱାରା ବହୁ ଅଶୁଭ ଶକ୍ତିର ବିନାଶ ଘଟିଥାଏ। ଏହା ଘର ପାଇଁ ଶୁଭ ହୋଇଥାଏ।

ଅଶ୍ୱଗନ୍ଧା

ଅଶ୍ୱଗନ୍ଧା ଗଛକୁ ଏକ ପ୍ରକାର ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବାସ୍ତୁ ଅନୁସାରେ ଘରର ସୀମାରେ ଅଶ୍ୱଗନ୍ଧା ଗଛ ଲଗାଇଲେ ତାହା ଘର ପାଇଁ ଶୁଭ ହୋଇଥାଏ। ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ନଡ଼ିଆ

ଏହି ଗଛ ଘର ପାଖରେ ରହିଲେ ବହୁତ ଶୁଭ ହୋଇଥାଏ। ପରିବାର ସଦସ୍ୟଙ୍କ ମାନ ମମ୍ମାନ ବୃଦ୍ଧି ହେବା ସହ ଉନ୍ନତି ମଧ୍ୟ ହୋଇଥାଏ।

ଡାଳିମ୍ବ ଗଛ

କିଛି କାରଣ ଯୋଗୁ ଏହାକୁ ଘର ପାଖରେ ଲଗାଇବା ଅଶୁଭ ବୋଲି କୁହାଯାଇଥାଏ। ହେଲେ ସଠିକ୍‌ ବାସ୍ତୁବିତ୍‌ମାନଙ୍କ ମତ ନେଇ ଏହି ଗଛ ସଠିକ୍‌ ଦିଗରେ ଲଗାଇଲେ ଏହା ଶୁଭ ହୋଇଥାଏ।

ଜାମୁ ଗଛ

ବାସ୍ତୁ ଅନୁସାରେ ଜାମୁ ଗଛ ଘର ପାଖରେ ଲଗାଇବା ଶୁଭ ହୋଇଥାଏ। ଏହାକୁ ଉତ୍ତର ଦିଗରେ ଲଗାଇବାକୁ ଭଲ ବୋଲି କୁହାଯାଏ ନାହିଁ। ଯଦି ଘରର ଉତ୍ତର ଦିଗରେ ଜାମୁ ଗଛ ଅଛି ତାହାଲେ ଏହାକୁ କାଟି ଦିଅନ୍ତୁ।

Leave A Reply

Your email address will not be published.