Latest Odisha News

BREAKING NEWS

ଜାଣନ୍ତୁ କେବେଠୁ ଓ କାହଁକି ପାଳନ କରାଯାଏ ‘ପୃଥ୍ୱୀ ଦିବସ’…

ଭୁବନେଶ୍ୱର : ପ୍ରତିବର୍ଷ ଏପିଲ୍ ୨୨ ତାରିଖରେ ସାରା ଦେଶରେ ‘ପୃଥ୍ୱୀ ଦିବସ’ ବା ‘ଆର୍ଥ ଡେ୍’ ପାଳନ କରାଯାଇଥାଏ ।

ସାରା ଦେଶରେ ଲୋକମାନଙ୍କ ମଧ୍ୟରେ ବୃକ୍ଷ-ଲତା, ଜୀବ-ଜନ୍ତୁ ତଥା ପରିବେଶ ପର୍ଯ୍ୟାବରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଅଟେ ।

ଏହି ‘ଧରିତ୍ରୀ ଦିବସ’ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଭବିଷ୍ୟତର ପିଢିମାନଙ୍କୁ ସୁସ୍ଥ ଓ ସବୁଜ ପରିବେଶ ନିର୍ମାଣ ଲାଗି ସଙ୍କଳ୍ପ ନେବା ପାଇଁ ଆହ୍ୱାନ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

ପରବର୍ତ୍ତୀ ସମୟରେ ‘ଜାତିସଂଘ’ ଆନୁକୂଲ୍ୟରେ ସଦସ୍ୟ ରାଷ୍ଟ୍ରଗୁଡିକୁ ଏହାକୁ ‘ଆନ୍ତର୍ଜାତୀୟ ଧରିତ୍ରୀ ମାତା ଦିବସ’ (ଇଣ୍ଟରନେସନାଲ ମଦରର୍ସ ଅର୍ଥ ଡେ’) ଭାବେ ପାଳନ କରୁଛନ୍ତି ।

କାହିଁକି ପାଳନ କରାଯାଏ- ୧୯୬୯ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ସାନ୍ତା ବାର୍ବରାରେ ଏକ ଦୁର୍ଘଟଣା ଘଟି ପ୍ରାୟ ୩୦ ଲକ୍ଷ ଅଶୋଧିତ ତୈଳ ସମୁଦ୍ର ଜଳରେ ମିଶିଯାଇଥିଲା । ଏହାର ପ୍ରଭାବରେ ଲକ୍ଷଲକ୍ଷ ଜୀବ-ଜନ୍ତୁ , ପକ୍ଷୀ ତଥା ସାମୁଦ୍ରିକ ପ୍ରାଣୀଙ୍କ ଜୀବନ ହାନି ଘଟିଥିଲା । ପରବର୍ତ୍ତୀ ସମୟରେ ଏହାର କୁପରିଣାମ ମାନବ ସମାଜକୁ ମଧ୍ୟ ପ୍ରଭାବିତ କରିଥିଲା । ପରେ କିଛି ବ୍ୟକ୍ତିବିଶେଷଙ୍କ ପ୍ରଚେଷ୍ଟାରେ ଲୋକମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ତଥା ତଦସଂକ୍ରାନ୍ତୀୟ ସଚେତନତା ସୃଷ୍ଟି ପାଇଁ ‘ଧରିତୀ ଦିବସ’ ପାଳନ ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ, ୧୯୭୦ ମସିହା ଏପ୍ରିଲ୍ ୨୨ ତାରିଖରେ ‘ବିଶ୍ୱ ପୃଥ୍ୱିବୀ ଦିବସ’ ବା ‘ଧରିତ୍ରୀ ଦିବସ’ ପାଳନ କରାଯାଇଥାଏ । ସମ୍ପ୍ରତି ପ୍ରତି ବର୍ଷ ଏପିଲ୍ ୨୨ ତାରିଖରେ ପାଖାପାଖି ୧୯୩ଟି ଦେଶରେ ଏହି ଦିବସ ପାଳନ କରାଯାଉଅଛି ।

Leave A Reply

Your email address will not be published.