Latest Odisha News

BREAKING NEWS

ଘସିପୁରାରେ ଓପିସିସି ମୁଖ୍ୟଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ

କେନ୍ଦୁଝର : ଘସିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ଘସିପୁରା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରାଠାରେ ରବିବାର ଦିନ ନିରଞ୍ଜନ ଗାଡ଼ିରେ ଯାଉଥିବା ସମୟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଏହି ଘଟଣାରେ ପ୍ରାୟ ୧୦ରୁ ଅଧିକ କର୍ମୀ ଆହତ ହୋଇଥିଲେ ।

ଏହି ଘଟଣା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରୀପଦାରେ ସେ ଗାଡ଼ିରେ ଯାଉଥିବା ବେଳେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ତାଙ୍କ ଉପରକୁ ଢେଲାମାଡ଼ କରିଥିଲେ ।

ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁଇ ପୂର୍ବତନ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଏବଂ ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଏହି ଆସନରେ କଡ଼ା ମୁକାବିଲା ହେଉଛି।

ନିରଞ୍ଜନ ଢେଲାମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ନିକଟରେ ଥିବା ୧୦ରୁ ଅଧିକ କର୍ମୀ କଂଗ୍ରେସ ସମର୍ଥକ ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀମାନେ ମତବ୍ୟକ୍ତ କରିଛନ୍ତି । ଆହୁରି ମଧ୍ୟ ଦେଖଣାହାରୀଙ୍କ ମତରେ ନିରଞ୍ଜନ ଗାଡ଼ିରେ ଥିବାବେଳେ କିଛି ବିଜେଡ଼ି କର୍ମୀ ତାଙ୍କୁ ଅଟକାଇ ପ୍ରଚାର ସମୟ ସମାପ୍ତ ହେବାପରେ କାହିଁକି ପ୍ରଚାର କରିବା ନେଇ ପ୍ରଶ୍ନ କରିଥିଲେ । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଉଚ୍ଚବାଚ ହୋଇ କ୍ରମେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହି ଘଟଣାପରେ ନିରଞ୍ଜନ ଅଭିଯୋଗ କରି କହିଛନ୍ତି ଯେ, ବଦ୍ରୀଙ୍କ ଗୁଣ୍ଡାମାନେ ଏହି ଆକ୍ରମଣ କରିଛନ୍ତି । ମାତ୍ର ଏହାକୁ ଖଣ୍ଡନ କରି ବଦ୍ରୀ କହିଛନ୍ତି ନିରଞ୍ଜନ ଭଡ଼ାଟିଆ ଗୁଣ୍ଡାମାନଙ୍କୁ ଆମ ଅଞ୍ଚଳରେ ପୁରାଇ ଭୋଟରଙ୍କୁ ଭୟଭୀତ କରୁଛନ୍ତି ।

Leave A Reply

Your email address will not be published.