Latest Odisha News

BREAKING NEWS

ନିଟ୍ ପ୍ରବେଶିକା ପରୀକ୍ଷାରେ ଜାଲିଆତି ଘଟଣା, ନକଲି ପରୀକ୍ଷାର୍ଥୀ ସମେତ ୩ ଗିରଫ

ଭଦ୍ରକ: ମେ’ ୫ରେ ଅନୁଷ୍ଠିତ ହୋଇଯାଇଛି ନିଟ୍ ପରୀକ୍ଷା ୨୦୨୪ । ଦେଶରେ ପ୍ରାୟ ୫୫୭ ସହରରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ପରୀକ୍ଷା କିପରି ସୁରୁଖୁରୁରେ ହେବ ସେ ନେଇ NTA ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏହାରିଭିତରେ ଭଦ୍ରକ ଏସବିଡ଼ି ଇଣ୍ଟରନେସନଲ ସ୍କୁଲରେ ନିଟ୍ ପରୀକ୍ଷା ଦେଇଥିବା ୩ ନକଲି ପରୀକ୍ଷାର୍ଥୀ ପୋଲିସ ହାତରେ ଧରାପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ୍ ପରୀକ୍ଷା ହେଉଥିବା ବେଳେ ଜଣେ ପରିକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା । ଚେକିଂ କରିବା ପରେ ଆଡମିଟ୍ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଅଧିକ ତଦନ୍ତ ପାଇଁ ଆଧାର କାର୍ଡ ଯାଞ୍ଚ୍ କରାଯାଇଥିଲା । କିନ୍ତୁ ତାଙ୍କର ଫିଙ୍ଗର ପ୍ରିଣ୍ଟ୍ ମ୍ୟାଚ୍ କରିନଥିଲା। ତେବେ ଯାଞ୍ଚ୍ ବେଳେ ପୋଲିସ ଏହି ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି।

ଉକ୍ତ ଜାଲିଆତି ଘଟଣାର ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତ ହେଉଛନ୍ତି ଅଙ୍କିତ ରାଜ, ରାଜେଶ ମଧୁକର ଓ ପ୍ରେମଶଙ୍କର ପାଣ୍ଡେ । ଘଟଣାରେ ପରୀକ୍ଷା ସମ୍ବନ୍ଧୀୟ ଦଲିଲଗୁଡ଼ିକ, ଆଡମିଟ୍ କାର୍ଡ, ୩ ମୋବାଇଲ୍ ଫୋନ୍ ଗୋଟିଏ ନୀଳ ରଙ୍ଗର କାର୍ ପୁଲିସ ଜବତ କରିଛି । ଅନ୍ୟ ସଂପୃକ୍ତଙ୍କ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି । ତେବେ ପ୍ରକୃତ ପରୀକ୍ଷାର୍ଥୀ ଶାଶ୍ୱତ ତ୍ରିପାଠୀକୁ ପୁଲିସ ଗିରଫ କରିବାର ପୁଲିସ ସକ୍ଷମ ହୋଇନି ।

Leave A Reply

Your email address will not be published.