Latest Odisha News

BREAKING NEWS

ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ

ଚଣ୍ଡିଗଡ: ହରିୟାଣାରେ ବଡଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ବର୍ତ୍ତମାନ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ବାଧୀନ ବିଧାୟକ । ସମର୍ଥନ ଫେରାଇ ନେବା ପରେ ହରିୟାଣାର ସୈନୀ ସରକାର ଏବେ ଅଡ଼ୁଆରେ ଫସିଛନ୍ତି । ସମସ୍ତ ୩ ବିଧାୟକ ବର୍ତ୍ତମାନ କଂଗ୍ରେସକୁ ସମର୍ଥନ କରିଛନ୍ତି । ଏହି ତିନି ଜଣ ବିଧାୟକ ହେଉଛନ୍ତି ନୀଲୋଖେଡିର ଧର୍ମପାଲ ଗୋନ୍ଦର, ଦାଦରିର ସୋମବୀର ସାଙ୍ଗଓ୍ୱାନ ଓ ପୁଣ୍ଡରୀର ରଣଧୀର ଗୋଲନ୍ ।

ଏ ସମସ୍ତ ସ୍ୱାଧୀନ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବାକୁ ନେଇ ଦୀର୍ଘ ଦିନ ହେବ ବିଜେପ ଉପରେ ଅସନ୍ତୋଷ ଥିଲେ । କଂଗ୍ରେସକୁ ସମର୍ଥନ ଜଣାଇଥିବା ସ୍ୱାଧୀନ ବିଧାୟକଙ୍କ କହିବାନୁସାରେ, ବିଜେପି ସରକାରଙ୍କ ନୀତି ଜନବିରୋଧୀ ଅଟେ । ଏହି କାରଣରୁ ସେ କଂଗ୍ରେସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ବିଜେପି ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏବେ ସେ କଂଗ୍ରେସକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିବେ ।

ହରିଆଣା ବିଧାନସଭାରେ ୯୦ଟି ଆସନ ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୪୦, କଂଗ୍ରେସ ୩୨ ଓ ଜେଜେପି ୧୦ ଏବଂ ୮ ସ୍ୱାଧୀନ ବିଧାୟକ ନିର୍ବାଚିତ ହୋଇଥିଲେ । ନିର୍ବାଚିତ ହୋଇଥିବା ୮ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୭ ଜଣ ବିଜେପିକୁ ସମର୍ଥନ କରିଥିଲେ । ଏଠାରେ ବିଜେପି ଏବଂ ଜେଜେପି ମେଣ୍ଟରେ ସରକାର ଗଠନ ହୋଇଥିଲା । ପରବର୍ତ୍ତୀ ସମୟରେ ମେଣ୍ଟ ଭାଙ୍ଗି ଯାଇଥିଲା । ଫଳରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପିର ସରକାର ଚଳାଉଥିଲା । ୩ ଜଣ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଏଠାରେ ଯେକୌଣସି ମୁହୂର୍ତ୍ତରେ ସରକାର ଭାଙ୍ଗି ଯିବା ନେଇ ଆଶଙ୍କା ରହିଛି ।

Leave A Reply

Your email address will not be published.