Latest Odisha News

BREAKING NEWS

ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର

ମୁମ୍ବାଇ:ରଣବୀର ସିଂ ଓ ଦୀପିକା ପାଦୁକୋନ ଖୁବ ଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି । ଏହି ଖୁସି ଖବର ବେଳେ ହଠାତ ରଣବୀର ଇନଷ୍ଟାଗ୍ରାମରେ ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋକୁ ଡିଲିଟ କରି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ଅବଶ୍ୟ ସେ ଅନ୍ୟ ଫଟୋ ବି ଡିଲିଟ କରିଛନ୍ତି ମାତ୍ର ସ୍ମରଣୀୟ ମୂହର୍ତକୁ କାହିଁକି କାଟିଲେ ତାହା ସ୍ପଷ୍ଟ କରି ନାହାନ୍ତି । ଦୀପିକା ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ସେ ଏହା ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇ ସାରିଛନ୍ତି । ରଣବୀର ଫଟୋ ଡିଲିଟ କରିଛନ୍ତି କିମ୍ବା ହାଇଡ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । କିଛି ଦିନ ତଳେ ଦୀପିକା ମଧ୍ୟ ଇନଷ୍ଟାଗ୍ରାମରେ ଅନେକ ଫଟୋ ଡିଲିଟ କରିଥିଲେ । ପରେ ସେ ସ୍ପଷ୍ଟ କରିଥିଲେ ଯେ, ସେ ଏହାକୁ କିଛି ସମୟ ପାଇଁ ହାଇଡ କରିଛନ୍ତି । ହୁଏତ ରଣବୀର ବି ଏୟା କରିଥାଇ ପାରନ୍ତି ।

ରଣବୀର-ଦୀପିକାଙ୍କ ମଧ୍ୟରେ କିଛି ଅଶାନ୍ତି ଘଟି ଥିବା ନେଇ ମଧ୍ୟ ପ୍ରଶଂସକମାନେ ଚିନ୍ତା କରୁଛନ୍ତି । ରଣବୀର ଓ ଦୀପିକା ଏ ସମ୍ପର୍କରେ କୌଣି ବୟାନ ଦେଇ ନାହାନ୍ତି । ରାମଲୀଲା ଫିଲ୍ମ ପରେ ଉଭୟ ପରସ୍ପରର ନିକଟତର ହୋଇଥିଲେ । ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ସେମାନେ ଏକତ୍ର ରହିବା ପରେ ୧୪ ନଭେମ୍ବର ୨୦୧୮ରେ ବିବାହ କରିଥିଲେ । ଦୁଇ ଜଣଙ୍କ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା ।

Leave A Reply

Your email address will not be published.