Latest Odisha News

BREAKING NEWS

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୨୬ ବର୍ଷ ପରେ ବିନା ହିଂସାରେ ନକ୍ସଲ ଅଞ୍ଚଳରେ ଭୋଟ ଗ୍ରହଣ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏନେଇ ସମସ୍ତ ପ୍ରସ୍ତୁତି ଉପରେ ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ସେ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହୋଇଛନ୍ତି ମୋଟ ୩୫ ହଜାର ପୋଲିସ ।  ସେମାନଙ୍କ ଭିତରେ ୨ ହଜାର ୧୬୦ ଜଣ ଏସଆଇ ଓ ଏଏସଆଇ ରହିଛନ୍ତି । ଏଥିସହିତ ୨୧୨ କନେଷ୍ଟବଲ, ୭ ହଜାର ହୋମଗାର୍ଡ ମଧ୍ୟ ମୁତୟନ ରହିବେ । ସୁରକ୍ଷା ବ୍ୟବସ୍ଥା ବ୍ୟାପକ ପାଇଁ ଛତିଶଗଡ଼ରୁ ୩ଶହ କନେଷ୍ଟବଲ ଏବଂ ୭ଶହ ହୋମଗାର୍ଡ ମଧ୍ୟ ଆସିଛନ୍ତି । ଅନ୍ୟ ସ୍ଥାନରେ ନିର୍ବାଚନ ସରିବା ପରେ ସେଠାକାର ୨୦ କଂପାନୀ ସିଏପିଏଫ୍‌ ମଧ୍ୟ ମୁତୟନ ହୋଇଛନ୍ତି । ଏହାସହିତ ୧୨୧ କଂପାନୀ ସିଏପିଏଫ୍‌, ୧୨୧ କଂପାନୀ ଓଏସ୍‌ଏପି ମଧ୍ୟ ନିଯୁକ୍ତ ହୋଇଛନ୍ତି ।

ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପି ନିଯୁକ୍ତ ରହିବେ । ସେମାନଙ୍କ ସହିତ ମୋଟ ୪୩ ଏଏସ୍‌ପି, ୯୫ ଡିଏସ୍‌ପି ଏବଂ ୨୩୮ ଇନ୍ସପେକ୍ଟର ଦାୟିତ୍ବରେ ରହିବେ ସୂଚନା ଦେଇଛନ୍ତି ଡିଜିପି । ଆହୁରି ମଧ୍ୟ ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ଟି ବୁଥ୍‌ ରହିଛି । ଏହା ମଧ୍ୟରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ । ନିର୍ବାଚନ ହେଉଥିବା ୧୨ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୫ ହଜାର ପୋଲିସ ମୁତୟନ କରାଯାଇଛି ।

ଏହା ସହିତ ସେ ସୂଚାଇ ଦେଇଛନ୍ତି ଯେ ଦୀର୍ଘ ୨୬ ବର୍ଷ ପରେ ନକ୍ସଲ ହିଂସାମୁକ୍ତ ନିର୍ବାଚନ ହେବାକୁ ଯାଉଛି । ନକ୍ସଲ ପ୍ରଭାବିତ ୧୧ଯି ଜିଲ୍ଲାରେ କୌଣସି ବି ହିଂସା ଦେଖିବାକୁ ମିଳିନାହିଁ । ଶେଷଥର ୧୯୯୮ରେ ନିର୍ବାଚନ ସମୟରେ ନକ୍ସଲ ଆକ୍ରମଣ ହୋଇଥିଲା । ପ୍ରଥମ ଥର ପାଇଁ ଶୃଙ୍ଖଳାର ସହିତ ଓଡିଶା ନିର୍ବାଚନ ହେଉଥିବାରୁ ଏହା ଓଡିଶା ପୋଲିସଙ୍କ ପାଇଁ ଗୌରବ ବୋଲି କହିଛନ୍ତି ପୋଲିସ ଡିଜିପି ।

Leave A Reply

Your email address will not be published.