Latest Odisha News

BREAKING NEWS

ସାତ ଦିନରେ ଗଞ୍ଜାମ ଜିଲ୍ଲାରୁ ୨୦୦ ପଜିଟିଭ୍

ଗଞ୍ଜାମ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯ଶହ । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି ୮୯୧ ଜଣ । ଗତ ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ନୂଆ ୨୦୧ ପଜିଟିଭ୍ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୧୫ ତାରିଖରେ ୮ ପଜିଟିଭ୍ ବାହାରିଥିବା ବେଳେ ୧୬ ତାରିଖରେ ଜଣେ, ୧୭ରେ ୫୬, ୧୮ ତାରିଖରେ ୪୧ ଓ ୧୯ ତାରିଖରେ ଭୂତାଣୁ ସଂକ୍ରମିତ ହୋଇଥିଲେ ଆଉ ୫୭ ଜଣ । ଗତକାଲି ୩୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
୨୦୧ ପଜିଟିଭ୍, ସୁସ୍ଥ ୬୩

ଗତ ସପ୍ତାହେ ଭିତରେ ସଂକ୍ରମିତ ହୋଇଛନ୍ତି ୨୦୧ । କିନ୍ତୁ ସୁସ୍ଥ ହାର କମ୍ । ୬୩ ଜଣ କୋଭିଡ୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଅର୍ଥାତ୍ ସପ୍ତାହେ ଭିତରେ ମୋଟ୍ ସଂକ୍ରମିତ ୩୧ ପ୍ରତିଶତ ସୁସ୍ଥ ହୋଇଛନ୍ତି । କିନ୍ତୁ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ୭୩ ପ୍ରତିଶତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସର୍ବାଧିକ ୨୨୭ ଆକ୍ଟିଭ୍ କେସ୍ ଗଞ୍ଜାମ ଜିଲ୍ଲାରେ ରହିଛି ।

ମେ ୨ ତାରିଖରେ ଗଞ୍ଜାମ ଜିଲ୍ଲାରୁ ପ୍ରଥମ କରୋନା ପଜିଟିଭ୍ ବାହାରିଥିଲା । ମାସେ ଭିତରେ ଅର୍ଥାତ ଜୁନ୍ ୨ ତାରିଖ ଭିତରେ ଭୂତାଣୁ ସଂକ୍ରମିତ ହୋଇଥିଲେ ୪୯୯ ଜଣ । ବାକି ୩୯୨ ପଜିଟିଭ୍ କେସ୍ ଗତ ୧୮ ଦିନ ଭିତରେ ବାହାରିଛି ।

Leave A Reply

Your email address will not be published.