Latest Odisha News

BREAKING NEWS

ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ଅଜବ ନୋଟିସ୍: ‘ ଦୁଷ୍ଟ ଆତ୍ମାର ପ୍ରବେଶ ନିଷେଧ’

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସରକାରୀ କାର୍ଯ୍ୟାଳୟକୁ ଘାରିଛି ଭୁତ ଭୟ । ଭୁତ ଡରରେ ଛାନିଆଁ ହୋଇଯାଉଛନ୍ତି କର୍ମଚାରୀ ।

କିଛି କର୍ମଚାରୀ ତ ଅଫିସ ଆସିବା ବନ୍ଦ କରିଦେଲେଣି । ଘଟଣାଟି ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ, ଖୋଦ୍ ସୂଚନା ଓ ପ୍ରସାରଣ ବିଭାଗକୁ ନୋଟିସ ଜାରି କରିବାକୁ ପଡିଛି । ଅଫିସ ଆଗରେ ବିଭାଗ ପକ୍ଷରୁ ନୋଟିସ୍ ଲଗାଯାଇଛି ।

ଦୁଷ୍ଟ ଆତ୍ମାର ପ୍ରବେଶ ନିଷେଧ…

ହାସ୍ୟାସ୍ପଦ ଘଟଣା ହେଉଛିକି ଦିଲ୍ଲୀର ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟର ଗେଟ୍ ଆଗରେ ଏବେ ଏମିତି ଏକ ନୋଟିସ୍ ଲାଗିଛି । ଏହି ନୋଟିସ୍ ରେ ଲେଖାଯାଇଛି କି- ଏଠାକୁ ଦୁଷ୍ଟ ଆତ୍ମାର ପ୍ରବେଶ ନିଷେଧ ।

ବିଜ୍ଞାପନ ବିଭାଗର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଏହି ନୋଟିସ୍ ଲାଗିଥିବା ଜଣାପଡିଛି । ଦିଲ୍ଲୀର ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟରେ ଭୁତ ବା ଦୁଷ୍ଟଆତ୍ମାକୁ ନେଇ ଗତ କିଛିଦିନ ଧରି ଜୋରଦାର ଆଲୋଚନା ହେଉଛି । ଯାହା ସୂଚନା ମିଳିଛି ନିକଟରେ ହୃଦଘାତ ଯୋଗୁଁ ଏଠାରେ ଜଣେ କର୍ମଚାରୀ ପ୍ରାଣ ହରାଇଥିଲେ । ସେହି କର୍ମଚାରୀଙ୍କ ଭୁତ ଏଠାକୁ ଆସୁଥିବାର ଅଭିଯୋଗ କରି କିଛି କର୍ମଚାରୀ ଦେହ ଖରାପ ଥିବା କହି ଏବେ ମେଡିକାଲ ଛୁଟି ନେଇଯାଇଛନ୍ତି।

ଆଉ ଯେଉଁମାନେ ଏଠାକୁ ଆସୁଛନ୍ତି ଭୟଭିତ ଅବସ୍ଥାରେ ରହୁଛନ୍ତି । ତେଣୁ କର୍ମଚାରୀଙ୍କ ସାହସ ବଢାଇବା ପାଇଁ ଏପରି କରାଯାଇଥିବା କୁହାଯାଉଛି । ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ କେଜ୍ରିୱାଲ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା କପିଲ ମିଶ୍ର ।

Leave A Reply

Your email address will not be published.