Latest Odisha News

BREAKING NEWS

ଦୁଇ ମାଲବାହୀ ଟ୍ରକ ଧକ୍କା; ଦୁଇ ମୃତ ଓ ଦୁଇ ଗୁରୁତର

ନୂଆପଡ଼ା: ନୂଆପଡା ଜିଲ୍ଲା ତରବୋଡ ଫାଣ୍ଡି ଜାତୀୟ ରାଜପଥ ନଂ- ୩୫୩ ଉପରେ ଦୁଇ ମାଲବାହୀ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଟ୍ରକ ନଂ- ଓଡି ୧୮ ଏଫ ୩୫୧୪ ଏବଂ ସିଜି ୦୪ ଏନଏଚ ୧୩୯୭ ମଧ୍ୟରେ ଦୁର୍ଘଟଣା ଘଟିଛି । ଓଡ଼ିଶା ନମ୍ବର ମାଲ ବୋଝେଇ ଟ୍ରକଟି କୋମନା ଦେଇ ଆସୁଥିବାବେଳେ ବିପରିତ ଦିଗରୁ ସିଜି ୦୪ ଏନଏଚ ୧୩୯୭ ନମ୍ବର ଟ୍ରକ ନୂଆପଡା ଦେଇ ଆସୁଥିଲା ।

ଯିବାକୁ ଦାଢ଼ରେ ବାଟ ଦେବା ସମୟରେ ତରବୋଡ଼ ଠାରେ ଦୁଇ ଟ୍ରକ ମୁହାଁମୁହିଁ ପିଟି ହୋଇଯାଇଥିଲେ। ଓଡିଶା ନମ୍ବର ଥିବା ରାୟଗଡ଼ାର ଟ୍ରକ ଡ୍ରାଇଭର ଅଭିଷେକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣଙ୍କ ପରିଚୟ ଜଣାପଡ଼ିନି ।

ଅନ୍ୟ ଛତିଶଗଡ଼ ନମ୍ବର ଥିବା ଦୁଇ ଚାଳକ ଓ ହେଲପର ମଧ୍ୟ ଗୁରୁତର ଭାବରେ ଆହାତ ହୋଇ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ହେଲେ ସେମାନଙ୍କ ଠିକଣା ଏବଂ ପରିଚୟ ସ୍ପଷ୍ଟ ହୋଇପାରିନି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତରବୋଡ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଚଲାଉଛି।

Leave A Reply

Your email address will not be published.