Latest Odisha News

BREAKING NEWS

Browsing

Video

ନିର୍ବାଚନ ଆସିଲେ ସାମ୍ବାଦିକଙ୍କ କଥା ମନେ ପଡ଼ୁଛି କହି ସରକାରଙ୍କୁ ସମାଲୋଚନା କଲେ ତାରା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଆବେଦନ କରିବା ଲାଗି ୱେବସାଇଟର ପ୍ରଚଳନ କରିଛନ୍ତି । ଯାହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ସରକାର ଗତ ନିର୍ବାଚନରେ ସାମ୍ବାଦିକଙ୍କ ପାଇଁ…

୫ ଦିନିଆ ସିବିଆଇ ରିମାଣ୍ଡରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ୫ ଦିନ ପାଇଁ ସିବିଆଇ ରିମାଣ୍ଡ ଆବେଦନ କରିଥିଲା, ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି । ରେଳବାଇର ସେକ୍ସନ୍ ଇଞ୍ଜିନିୟର…

ବିଜେପିକୁ ଘାରିଲା ଗାଦି ବଞ୍ଚାଇବା ଚିନ୍ତା! ମୋଦି କଲେଣି ମାରାଥାନ ପ୍ରଚାର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଜୋରଦାର କରିଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ରାଜ୍ୟ ସହ ଲୋକସଭା ନିର୍ବାଚନ ଥିବାରୁ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ବିଜେପି ଉଦ୍ୟମକୁ ଜୋରଦାର କରିଛି। ସେଥିପାଇଁ ସାଙ୍ଗଠନିକ ପରିବର୍ତ୍ତନଠୁ ଆରମ୍ଭ କରି…

ବାହାନଗା ଦୁର୍ଘଟଣାରେ ୩ ଖଳନାୟକଙ୍କ ହାତରେ ପଡ଼ିଲା ହାତକଡ଼ି, ଜାଣିଶୁଣି ଘଟାଇଥିଲେ ଅପରାଧ !

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଆରମ୍ଭ କଲା ଗିରଫଦାରୀ । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି । ଭାରତୀୟ ରେଳବାଇର…

ଋଷଠୁ ଚୀନ ମୁଦ୍ରା ଦେଇ କାହିଁକି ତେଲ କିଣୁଛି ଭାରତ ?

ଭୁବନେଶ୍ୱର: ଦୁନିଆରେ ଅଧିକାଂଶ କାରବାର ଆମେରିକୀୟ ମୁଦ୍ରା ଡଲାରରେ ହୋଇଥାଏ । ୨୦୨୨ ଫେବ୍ରୁଆରୀରେ ଋଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ମାତ୍ରେ ଋଷ ଉପରେ ଅନେକ ପ୍ରତିବନ୍ଧକ ଲାଗିଥିଲା । ଏହା ପରେ ଋଷ ଅନ୍ୟ ଦେଶ ସହ ଡଲାରରେ ଦେଣନେଣ କରିପାରି ନଥିଲା । ଋଷ ଶସ୍ତା ତେଲ ଦେବା ପାଇଁ ଭାରତକୁ ଅଫର୍…

୧୦ ତାରିଖ ଯାଏ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଦେବଗଡ଼ ଜିଲ୍ଲାର ବାରକୋଟ ଠାରେ ସର୍ବାଧିକ ୧୨୭.୬ ମିମି ବର୍ଷା ରେକର୍ଡ ହୋଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ଓ ରାୟଗଡ଼ାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ କରାଯାଇଛି ।…

ଜମ୍ମୁକାଶ୍ମୀର ବୁଲିବାକୁ ଚାହୁଁଛନ୍ତି ? ଆଇଆରସିଟିସି ଆଣିଲା ଆକର୍ଷଣୀୟ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଭାରତର ଭୂସ୍ୱର୍ଗ ଜମ୍ମୁକାଶ୍ମୀର ଯିବାକୁ ସମସ୍ତଙ୍କ ବେଶ୍ ଆଗ୍ରହ ଥାଏ । ଯଦି ଆପଣ ବି ଯିବାକୁ ଚାହୁଁଛନ୍ତି ଜମ୍ମୁକାଶ୍ମୀର ତାହେଲେ ଏ ଖବର ଆପଣଙ୍କ ପାଇଁ । ଆଇଆରସିଟିସି ପକ୍ଷରୁ ଭୁବନେଶ୍ୱରରୁ ଜମ୍ମୁକାଶ୍ମୀର ଭ୍ରମଣ ପ୍ୟାକେଜ୍ ରହିଛି । ଯେଉଁ ଟୁର୍ ପ୍ୟାକେଜରେ ଆପଣ ୫ ରାତି ଓ…

୨ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ସମ୍ଭବ କହିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନେ ମହାନଦୀ ଶୁଖିଲା ପଡ଼ୁଛି । ବର୍ଷା ଦିନେ ଉଛୁଳୁଛି । ମହାନଦୀକୁ ନେଇ ମୁଣ୍ଡ ଟେକିଥିବା ବିବାଦର କେମିତି ହେବ ସମାଧାନ । ମାମଲା ଟ୍ରିବୁନାଲରେ ଗଡ଼ି ଚାଲିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ମତ ରଖିଛନ୍ତି ।…

ଦରଦାମ ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ, ଫିଙ୍ଗିଲା ଟମାଟୋ

ଭୁବନେଶ୍ୱର: ଦରଦାମ ବଢ଼ୁଛି, ଆକ୍ରୋଶ ତେଜୁଛି । ରାଜ୍ୟରେ ପନିପରିବା ସହ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି । ପରିବା ବଜାରରେ କୌଣସି ବି ପନିପରିବା ଦର ଶହେ ତଳେ ନାହିଁ । ଯାହାକୁ ନେଇ ଜନ ଆକ୍ରୋଶ ବଢ଼ିଥିବା ବେଳେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶା…

ଫଡନାଭିଶଙ୍କ ‘ପାୱାର’ ଗେମ, ଫସିଗଲେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ରାଜନୀତି ଦିନକୁ ଦିନ ଗୋଳମାଳିଆ ହେଉଛି। ଏନସିପିର ଦୁଇ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶରଦ ପାୱାର ନା ଅଜିତ ପାୱାରଙ୍କ ମଧ୍ୟରେ କାହା ସପକ୍ଷରେ ଅଧିକ ବିଧାୟକ ଅଛନ୍ତି ତାକୁ ନେଇ ବଳ କସିଛନ୍ତି ଉଭୟ ନେତା। ସେପଟେ ଅଜିତ ପାୱାର ଗୋଷ୍ଠୀ ସରକାରରେ ସାମିଲ…