Latest Odisha News

BREAKING NEWS

ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ, ଖୁବ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ: ଜାନୁଆରୀ ୧୫ ତାରିଖ ତଥା ଆସନ୍ତାକାଲି ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ। ତେବେ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ। ପରୀକ୍ଷା ସ୍ଥଗିତ ରଖାଯିବା ସମ୍ପର୍କରେ ଏନଟିଏ ୱେବସାଇଟ୍ ugcnet.nta.ac.inରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟପଟେ ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ପରୀକ୍ଷା ସମ୍ବନ୍ଧୀୟ ଯେ କୌଣସି ଜରୁରୀ ସୂଚନା ସମ୍ପର୍କରେ ଅବଗତ ହେବା ପାଇଁ ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ଯାହା ଦ୍ୱାରା ସେମାନେ ପରୀକ୍ଷା ସମ୍ବନ୍ଧୀୟ କୌଣସି ନୂତନ ସୂଚନା ବିଷୟରେ ଅବଗତ ହୋଇପାରିବେ।

ଡିସେମ୍ବର ଅଧିବେଶନ ପାଇଁ ୟୁଜିସି ନେଟ୍ ପରୀକ୍ଷା ପାଇଁ ସମସ୍ତ ତାରିଖ ଏନଟିଏ ଆଡମିଟ୍ କାର୍ଡ ଜାରି ହୋଇଛି। UGC NET ଆଡମିଟ୍ କାର୍ଡଗୁଡିକ ରିଲିଜ୍ ହୋଇସାରିଛି। ୧୬ ଜାନୁଆରୀ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ପରୀକ୍ଷା ସ୍ଥଗିତ ଥିବାରୁ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତୁତି ପାଇଁ ଅଧିକ ସମୟ ପାଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରାର୍ଥୀମାନଙ୍କୁ ଭଲ ଭାବରେ ରିଭିଜନ୍ କରିବାକୁ ଏବଂ ପରୀକ୍ଷା ଢାଞ୍ଚାକୁ ବୁଝିବା ପାଇଁ ମକ୍ ଟେଷ୍ଟ ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.