Latest Odisha News

ଅଦରକାରୀ ଜିନିଷ ଏହି ଦିଗରେ ରଖୁଥିଲେ ସାବଧାନ!

ଭୁବନେଶ୍ବର: ବାସ୍ତୁ ଅନୁସାରେ ଘରେ ଜିନିଷ ନରଖିଲେ ରହୁଥିବା ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଘରେ ବାସ୍ତୁ ଦୋଷ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଘରେ କେଉଁ ସ୍ଥାନରେ ରଖିବେ; ଯାହାଦ୍ବାରା ଘରେ ସକରାତ୍ମକ ପ୍ରଭାବ ପଡେ ।

– ଘରର ଉତ୍ତର-ପୂର୍ବ ଦିଗରେ କୌଣସି ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଏହି ଦିଗ ଦେବାଦେବୀଙ୍କ ଦିଗବୋଲି କୁହାଯାଏ । ଯଦି ଏହି ଦିଗରେ ଅଦରକାରୀ ଜିନିଷ ରଖନ୍ତି ତେବେ ଧନହାନୀ ହୋଇଥାଏ।

-ସେହିପରି ପୂଜା ଘର ଉତ୍ତର- ପୂର୍ବ ଦିଗରେ ଠାକୁରଙ୍କୁ ରଖିବା ଶୁଭ ହୋଇଥାଏ।

– ଭାରି ଜିନିଷ ଘରର ପଶ୍ଚିମ-ଦକ୍ଷିଣ ଦିଗରେ ରଖନ୍ତୁ। ଉତ୍ତର-ପୂର୍ବ ଦିଗରେ ଭାରି କିମ୍ବା ଅଧିକ ଜିନିଷ ରଖିବେ ନାହିଁ ।

-ଫ୍ୟାକ୍ଟ୍ରି, କାରଖାନା, ଅଫିସ ଆଦିର ଉତ୍ତର– ପୂର୍ବ ଦିଗ ସର୍ବଦା ସଫା-ସତୁରା ରହିବା ଆବଶ୍ୟକ।
ଉତ୍ତର- ପୂର୍ବ ଦିଗରେ ବାଥରୁମ୍ ରଖନ୍ତୁ ନାହିଁ। ଏହା ଦ୍ବାରା ପରିବାର ସଦସ୍ୟଙ୍କ ପ୍ରତି ଖରାପ ପ୍ରଭାବ ପଡେ ।

-ଶୋଇବା ଘରେ ଖଟ ପଶ୍ଚିମ-ଦକ୍ଷିଣ ଦିଗରେ ରଖନ୍ତୁ।

Comments are closed.