Latest Odisha News

ଓସିଏର ଟେକ୍ନିକାଲ ଡାଇରେକ୍ଟର ଭାବେ ନିଯୁକ୍ତ ହେଲେ ଭେଙ୍କଟରାମ

ଭୁବନେଶ୍ୱର: ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଭି ଭେଙ୍କଟରାମଙ୍କୁ ଓଡିଶା କ୍ରିକେଟ ଏକାଡେମୀର ଟେକ୍ନିକାଲ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି । ମଙ୍ଗଳବାର ଓସିଏ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ଭେଙ୍କଟରାମ ୭୧ ପ୍ରଥମଶ୍ରେଣୀ କ୍ରିକେଟ ଖେଳି ୨୨୨ ୱିକେଟ ଅକ୍ତିଆର କରିଛନ୍ତି । ଏଥିରେ ୧୩ ଥର ୫ ୱିକେଟ ଓ ଥରେ ୧୦ ୱିକେଟ ସଫଳତା ହାସଲ କରିଛନ୍ତି । ୬ ବର୍ଷ ଧରି ବିହାର ରଣଜୀ ଟ୍ରଫି ଟିମର ଅଧିନାୟକ ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ଅବସର ପରେ ସେ କୋଚିଂ ପ୍ରତି ମନ ବଳାଇଥିଲେ । ବିସିସିଆଇର ଏହି ଲେଭଲ ୩ କୋଚଜଣଙ୍କ ଝାଡଖଣ୍ଡ, ତ୍ରିପୁରା, ଆସାମ ଏବଂ ଉତରାଖଣ୍ଡର ୨୩ ବର୍ଷରୁ କମ ଦଳର କୋଚ ଦାୟିତ୍ୱ ତୁଲାଇଛନ୍ତି ।

BjdElectrycity

ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଭେଙ୍କଟରାମ କୋଚ ଏବଂ ଏଜୁକେଟର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଏହା ବ୍ୟତୀତ ଆସାମ କ୍ରିକେଟ ଏକାଡେମୀର ଡାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଓଡିଶା କ୍ରିକେଟର ଉନ୍ନତି ପାଇଁ ଓସିଏ ତାଙ୍କୁ ଏହି ଗୁର ୁଦାୟିତ୍ୱ ପ୍ରଦାନ କରିଛି ।

Leave A Reply

Your email address will not be published.