Latest Odisha News

BREAKING NEWS

ଆସିଲା ଜିଓର ନୂଆ ପ୍ରିପେଡ୍ ପ୍ଲାନ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ଲାଗି ଜିଓ ତା’ର ପ୍ରିପେଡ୍ ପ୍ଲାନରେ ସମାନ୍ୟ ପରିବର୍ତ୍ତନ କରି ଆଣିଛି ନୂଆ ଆକର୍ଷଣୀୟ ଅଫର । ଯେଉଁଥିରେ ପ୍ରତିଦିନ ୟୁଜର୍ସଙ୍କୁ ମିଳିପାରିବ ୧.୫ ଜିବି ଯାଏଁ ଡାଟା।

ଜିଓ ପକ୍ଷରୁ ୨୦୨୦ ପ୍ଲାନକୁ ବଦଳା ଯାଇ ୨୧୨୧ ପ୍ଲାନ୍ କରାଯାଇଛି ।

ଜାଣନ୍ତୁ, ଏହି ନୂତନ ପ୍ଲାନ୍ ସମ୍ପର୍କରେ…

ନୂଆ ପ୍ଲାନ୍ ଅନୁଯାୟୀ ଜିଓ ପକ୍ଷରୁ ୨୧୨୧ ଟଙ୍କାରେ ମିଳିବାକୁ ଥିବା ପ୍ଲାନର ଭାଲିଡିଟି ୩୩୬ ଦିନ ରହିବା ସହ ପ୍ରତିଦିନ ୧.୫ ଜିବି ଡାଟା ମିଳିବ ଗ୍ରାହକଙ୍କୁ । ଏଥିସହିତ ଏହି ପ୍ଲାନରେ ୧୨,୦୦୦ମି. ନନ୍‌-ଜିଓ କଲିଂ ପ୍ରଦାନ କରାଯାଉଛି । ଦୈନିକ ମିଳୁଥିବା ୧.୫ ଜିବି ଡାଟା ସରିଗଲେ ଏହାର ସ୍ପିଡ କମିଯାଇ ୮୪ କେବିପିଏସ୍ ହୋଇଯିବ ।

ସେହିପରି ଭୋଡାଫୋନର ବାର୍ଷିକ ପ୍ଲାନ୍ ୨୩୯୯ ରହିଥିବା ବେଳେ ଏୟାରଟେଲର ୨୩୯୮ ରହିଛି ।

Leave A Reply

Your email address will not be published.