Latest Odisha News

BREAKING NEWS

ସାଇବର ଫ୍ରଡ କାମ୍ବଲୀଙ୍କ ଆକାଂଉଟରୁ ଠକି ନେଲେ ୧.୧୪ ଲକ୍ଷ ଟଙ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ ଅକାଂଊଟରୁ ସାଇବର ଫ୍ରଡ ୧.୧୪ ଲକ୍ଷ ଟଙ୍କା ଉଡେଇ ନେଇଛନ୍ତି । କାମ୍ବଲୀଙ୍କ ଆକାଂଉଟ ଥିବା ବ୍ୟାଙ୍କର ଏକଜିକ୍ୟୁଟିଭ କହି ଠକ ଜଣଙ୍କ କାମ୍ବଲୀଙ୍କୁ ଫସାଇଥିଲା । କେୱାଇସି ଅପଡେଟ କରିବ ବୋଲି କହି ସେ ଏନିଡେସ୍କ ସଫ୍ଟୱେୟାର କାମ୍ବଲୀଙ୍କ ଦ୍ୱାରା ଡାଉନଲୋଡ କରାଇଥିଲା । ବାସ ଏହା ପରେ ସହଜରେ ଆକାଂଉଟରୁ ଟଙ୍କା ଚଳୁ କରିଥିଲା ।

କାମ୍ବଲୀ ଏହା ଜାଣିବା ମାତ୍ରେ ସଙ୍ଗେ ସଙ୍ଗେ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ବାନ୍ଦ୍ରାର ସାଇବର ପୋଲିସ ଟିମ ଏବଂ ବ୍ୟାଙ୍କର ସହଯୋଗରେ କାମ୍ବଲୀ ଶେଷରେ ତାଙ୍କ ଟଙ୍କା ଫେରି ପାଇଥିଲେ ।

Leave A Reply

Your email address will not be published.