Latest Odisha News

BREAKING NEWS

ରୋଷେଇ ଘରୁ ରାଜନୀତି, ବିଜେପିରେ ସାମିଲ ହେଲେ କାର୍ ଖାନା ଭାଉଜ

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଏହି ଦୁଇ ଯା’ଙ୍କୁ ଦଳକୁ ସ୍ଵାଗତ କରିଥିଲେ ।

ଗତ କିଛିଦିନ ତଳେ ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଆସି ଖାଦ୍ୟ ବିକ୍ରି କରୁଥିଲେ ନେହା ଓ ରଶ୍ମିତା । ଦୁଇ ଯା’ଙ୍କ କାରରେ ଖାଦ୍ୟ ବିକ୍ରି କରିବାକୁ ନେଇ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଦୁଇ ଯା’ଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ରାମ ମନ୍ଦିର ନିକଟରେ କାର-ଖାନା ଖୋଲିଛନ୍ତି ଏହି ଦୁଇ ଯା’ ।

ସେପଟେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ଵାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.