ନୂଆଦିଲ୍ଲୀ: ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଓ କୋଚ ଗୌତମ ଗମ୍ଭୀର ପରସ୍ପର ସହ କଥା ହେଉ ନାହାନ୍ତି ବୋଲି ଖବର ବେଶ ଭାଇରାଲ ହୋଇଛି । ଏବେ ଏହି ଖବରର ସତ୍ୟତା ନେଇ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ । ଉଭୟ ପ୍ରଫେଶନାଲ କ୍ରିକେଟର ସେମାନେ ଦିନକୁ ଅତି କମରେ ୧୦ ଥର କଥା ହେଉଛନ୍ତି । କୋହଲିଙ୍କୁ ଗମ୍ଭୀରଙ୍କ ସହ କଥା ହେବା ପାଇଁ କୌଣସି ମଧ୍ୟସ୍ଥତାର ଆବଶ୍ୟକ ନାହିଁ ।
ଟାଇମ୍ସ ନାଓରେ ପ୍ରକାଶିତ ରିପୋର୍ଟରେ କୋଟାକ ଉଭୟଙ୍କ ମେସେଜ ଆଦାନପ୍ରଦାନ କରୁଛନ୍ତି ବୋଲି ଉଲ୍ଲେଖ ରହିଥିଲା । ବିରାଟଙ୍କୁ ଅନାବଶ୍ୟକ ଭାବେ ଗମ୍ଭୀର କୌଣସି ପରାମର୍ଶ ଦିଅନ୍ତି ନାହିଁ । ଗମ୍ଭୀରଙ୍କ ସହ ବ୍ୟାଟିଂ ଟେକନିକ ନେଇ ମଧ୍ୟ ଆଲୋଚନା କରିଥାନ୍ତି । ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ ଏବେ ୧-୧ ସ୍ଥିତିରେ ରହିଛି । ଏହି ଅବସରରେ ରୋହିତ ଶର୍ମାଙ୍କ ସମ୍ଭାବ୍ୟ ଅବସରକୁ ନେଇ ମଧ୍ୟ ସୋସିଆଲ ମିଡିଆ ବେଶ ସରଗରମ ରହିଛି ।