Latest Odisha News

BREAKING NEWS

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଜୋରଦାର ତଦନ୍ତ ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପା ଅଫିସ୍‌ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଓସେପା ଅଫିସ୍‌ ରୁ ତଥ୍ୟ ସଂଗ୍ରହ କରିଛି ।

ଖାଲି ଓସେପା ଅଫିସ୍‌ ନୁହଁ ଏହା ସହିତ ଏକକାଳୀନ SCERT, ଏବଂ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିଛନ୍ତି । ପ୍ରାୟ ଦୁଇ ଘଣ୍ଟା ଧରି ଏହି ଯାଞ୍ଚ ଚାଲିଥିଲା । କ୍ରାଇମବ୍ରାଞ୍ଚ ଟିମ୍ ପାଠ୍ୟପୁସ୍ତକ ମୁଦ୍ରଣାଳୟର ନିର୍ଦ୍ଦେଶକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି ।

ତଦନ୍ତ ବେଳେ ଅଧିକାରୀମାନେ ଓସେପା ଉପନିର୍ଦ୍ଦେଶିକା ଇତିଶ୍ରୀ ନାୟକଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ଏପରକି କ୍ରାଇମବ୍ରାଞ୍ଚ ଟିମ୍‌ ଓସେପାରୁ ତଥ୍ୟ ଏବଂ ରିପୋର୍ଟ ସଂଗ୍ରହ କରି SCERT ଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.