Latest Odisha News

ଟିମ୍ ଇଣ୍ଡିଆ ଆଶ୍ୱସ୍ତ: କ୍ୱାରେଂଟାଇନ ନିୟମ କୋହଳ କଲା ଇସିବି

ନୂଆଦିଲ୍ଲୀ: ବିସିସିଆଇ ଏବଂ ଭାରତୀୟ କ୍ରିକେଟ ଦଳର ଖେଳାଳିମାନଙ୍କ ଚାପ ଯୋଗୁ ଶେଷରେ ଇସିବି କ୍ୱାରେଂଟାଇନ ନିୟମକୁ କୋହଳ କରିବା ପାଇଁ ରାଜି ହୋଇଛି । ଏବେ ଇଂଲଣ୍ଡରେ ଭାରତୀୟ ଖେଳାଳିଙ୍କୁ ୩ ଦିନ କଠୋର କଟକଣା ମଧ୍ୟରେ ରହିବାକୁ ପଡିବ । ପୂର୍ବରୁ ୧୦ ଦିନ କ୍ୱାରେଂଟାଇନରେ ରହିବା ପାଇଁ ଇସିବି ନିର୍ଦ୍ଦେଶନାମା ଜାରୀ କରିଥିଲା । ଏବେ ଏହି ନିୟମରେ ପରିବର୍ତନ କରାଯିବା ଫଳରେ ଖେଳାଳିମାନେ ଅଭ୍ୟାସ ପାଇଁ ୧୨ ଦିନ ସମୟ ପାଇପାରିବେ ।

ଟିମ୍ ଇଣ୍ଡିଆ ୨ଜୁନରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ୧୮ ଜୁନରୁ ସାଉଥାମ୍ପଟନରେ ଆରମ୍ଭ ହେବ । ଏହା ପେରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇଂଲଣ୍ଡ ସହ ଖେଳିବ ।଼ ପୂର୍ବରୁ ଭାରତରେ ଖେଳାଳିମାନଙ୍କ ଆବଶ୍ୟକ କରୋନା କଟକଣା ମାନିବା ପରେ ଇଂଲଣ୍ଡ ଗସ୍ତରେ ଯିବେ । ଏହି ଗସ୍ତରେ ଭାରତୀୟ ମହିଳା ଟିମ୍ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ।

Leave A Reply

Your email address will not be published.