Latest Odisha News

BREAKING NEWS

ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକାର ବଡ଼ ବୟାନ: ବର୍ଷ ଶେଷ ଯାଏଁ ଜାରି ରହିବ ଯୁଦ୍ଧ

୫୦ରୁ ଅଧିକ ଦିନ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ କେବେ ସରିବ ଓ କିପରି ଶାନ୍ତି ଫେରିବ, ତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କିନ୍ତୁ ଏହାରି ଭିତରେ ଆମେରିକାର ଏକ ଆକଳନ ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଆମେରିକା ପକ୍ଷରୁ କୁହାଯାଇଛି, ଏହି ଯୁଦ୍ଧ ଚଳିତ ବର୍ଷ ଶେଷ ହେବ ନାହିଁ ବରଂ ଏହା ଦୀର୍ଘ ଦିନ ଧରି ଚାଲିବ ।

କୃଷ୍ଣ ସାଗରରେ ରୁଷର ଅତି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଜାହାଜ ମସ୍କୋଭା ବୁଡ଼ିଯିବା ପରେ ରୁଷ୍ ପ୍ରତିଶୋଧ ପରାୟଣ ହୋଇପଡ଼ିଛି । ଏହି ଜାହାଜକୁ ୟୁକ୍ରେନ୍ ଧ୍ୱଂସ କରିଦେବା ପରେ ରୁଷ୍ ପୁଣିଥରେ କିଭ୍ ଓ ପଶ୍ଚିମ ୟୁକ୍ରେନରେ ଘନଘନ ଆକ୍ରମଣ କରିଛି । ଶୁକ୍ରବାର ରାତିରେ ରୁଷର ଆକ୍ରମଣରେ ୟୁକ୍ରେନର ଦୁଇଟି ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି ।

ସେହିପରି ୟୁକ୍ରେନର ରାଜଧାନୀ କିଭ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ରୁଷ୍ ଏକ ପ୍ଲାଣ୍ଟକୁ ମିଜାଇଲ୍ ମାଡ଼ କରି ଛାରଖାର କରିଦେଇଛି । ଆଗାମୀ ଦିନରେ କିଭରେ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ରୁଷ୍ ଚେତାବନୀ ଦେଇସାରିଛି । ସେହିପରି ରୁଷର ଯୁଦ୍ଧ ଜାହାଜ ଶନିବାର ଲଭିଭରେ ଗୋଳାବର୍ଷା କରିଛି । ଏପରିକି ମାରିୟୁପୋଲ ରାସ୍ତାଘାଟରେ ମଧ୍ୟ ଲଢ଼େଇ ଜାରି ରହିଛି । ତେଣୁ ଏସବୁ ଯୁଦ୍ଧକୁ ଆହୁରି ଲମ୍ବା କରିବ ଏବଂ ଏହା ୨୦୨୨ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି କହିଛି ଆମେରିକା କହିଛି ।

Leave A Reply

Your email address will not be published.