Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ଦଳକୁ ଫେରିଲେ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ

ସେଂଟଜୋନ୍ସ: ୨ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳକୁ ଫେରିଛନ୍ତି ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ । ଘୋଷିତ ଦଳର ନେତୃତ୍ୱ କିରନ ପୋଲାର୍ଡ ନେବେ । ପେସ ବୋଲର ଫିଡେଲ ଏଡୱାର୍ଡସ ୯ ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି । ଆଂଟିଗୁଆରେ ନୂତନ ଭାବେ ନିର୍ମିତ ହୋଇଥିବା କୁଲିଗ ଗ୍ରାଉଣ୍ଡରେ ମାର୍ଚ୍ଚ ୩, ୫ ଓ ୭ ତାରିଖରେ ୩ଟି ଯାକ ଟି୨୦ ମ୍ୟାଚ ଖେଳାଯିବ ।

ଗେଲ୍ ଟି୨୦ ଇତିହାସରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଆଇପିଏଲ ଏବଂ ପିଏସଏଲରେ ମଧ୍ୟ ୪୧ ବର୍ଷୀୟ ଗେଲ୍ ଚମତ୍କାର ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.