Latest Odisha News

BREAKING NEWS

ଦର୍ଶକଙ୍କ ବିନା ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ପୁଣେରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ ଦର୍ଶକଙ୍କ ବିନା ଖେଳାଯିବ । ଏପରି କି ଯଦି ଆବଶ୍ୟକ ପଢ଼େ ଆୟୋଜନ ସ୍ଥଳ ମଧ୍ୟ ବଦଳାଯାଇ ପାରେ । ମାର୍ଚ୍ଚ ୨୩, ୨୬ ଏବଂ ୨୮ରେ ଏଠାରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମ୍ୟାଚ ପାଇଁ ଅନୁମତି ପ୍ରଦାନ କରିଥିଲେ ମଧ୍ୟ ଦର୍ଶକଙ୍କ ଉପରେ କଟକଣା ଲଗାଇଛନ୍ତି । ଟେଷ୍ଟ ସିରିଜର ୪ର୍ଥ ତଥା ଅନ୍ତିମ ମ୍ୟାଚ ଏବଂ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅହମ୍ମଦାବାଦରେ ଖେଳାଯିବ ।

Leave A Reply

Your email address will not be published.