ଭୁବନେଶ୍ଵର: କାହିଁ କେଉଁ କାଳରୁ ଆମେ ମାନେ ଖାଦ୍ୟକୁ ତେଲରେ ଛାଣିକି ଖାଉଛୁ । କିନ୍ତୁ ଗତ କିଛି ବର୍ଷ ଧରି ଏୟାର ଫ୍ରାୟର ଟ୍ରେଣ୍ଡରେ ରହିଛି। କୁହାଯାଏ ଯେ କର୍କଟ ରୋଗର ଆଶଙ୍କାକୁ ଏଡାଇବା ପାଇଁ ଏୟାର ଫ୍ରାୟରର ବ୍ୟବହାର ଉତ୍ତମ । କାରଣ ଏଥିରେ ବହୁତ କମ୍ ତେଲ ବ୍ୟବହୃତ ହୁଏ। ଯାହା ଏକ୍ରିଲାମାଇଡ୍ ଭଳି କ୍ଷତିକାରକ ଯୌଗିକ ଗଠନକୁ ହ୍ରାସ କରେ। ଯାହା ତେଲରେ ଛାଣିବା ଦ୍ଵାରା ହୋଇନଥାଏ । ତେଣୁ ଏୟାର ଫ୍ରାୟାରରେ ରୋଷେଇ କରିବା ଦ୍ଵାରା କର୍କଟ ରୋଗର ଆଶଙ୍କା କମ ଥାଏ ବୋଲି କୁହାଯାଏ ।
ଏୟାର ଫ୍ରାୟାରରେ ବହୁତ କମ୍ ତେଲ ବ୍ୟବହାର ହୁଏ । ଯାହା ଦ୍ଵାରା କ୍ଷତିକାରକ ଯୌଗିକ ମାତ୍ରାକୁ ହ୍ରାସ କରିଥାଏ । ତେବେ ଏୟାର ଫ୍ରାଏ କିଛି ଏକ୍ରିଲାମାଇଡ୍ ଉତ୍ପାଦନ କରିପାରେ। କିନ୍ତୁ ଡିପ୍ ଫ୍ରାଏ ତୁଳନାରେ ଏହାର ସ୍ତର ସାଧାରଣତଃ ବହୁତ କମ୍ ଥାଏ। ବିଶେଷକରି ଯେତେବେଳେ ଆଳୁ ଭଳି ଷ୍ଟାର୍ଚଯୁକ୍ତ ଖାଦ୍ୟ ରନ୍ଧା ଯାଇଥାଏ। ଉଭୟ ପଦ୍ଧତିରେ ଉଚ୍ଚ ତାପମାତ୍ରା ବ୍ୟବହାର କରାଯାଏ । ତେଣୁ ରାନ୍ଧିବା ପଦ୍ଧତି ଯାହା ହେଉନା କାହିଁକି, ସଂଯମତା ଗୁରୁତ୍ୱପୂର୍ଣ୍ଣ ଅଟେ ।
ତେବେ ଯଦି ଆପଣ ଏୟାର ଫ୍ରାଏ କରୁଛନ୍ତି ତେବେ ଭଲ ତେଲ ବାଛିବା ନିହାତି ଜରୁରୀ । ଯେକୌଣସି ଖାଦ୍ୟରେ ଯଦି ତେଲ ପକଉଛନ୍ତି ତେବେ ବହୁତ କମ୍ ପରିମାଣର ଭଲ ତେଲ ବ୍ୟବହାର କରନ୍ତୁ । ସମ୍ଭାବ୍ୟ ବିପଦ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ରୋଷେଇ ପଦ୍ଧତି ସାମିଲ କରନ୍ତୁ। ଏୟାର ଫ୍ରାୟାରର ବ୍ୟବହାର ବହୁତ ସହଜ। ଏହା ସମୟ ମଧ୍ୟ ବଞ୍ଚାଏ। କୋଲେଷ୍ଟ୍ରଲ୍, ମେଦବହୁଳତା ଏବଂ ରକ୍ତଚାପ ବୃଦ୍ଧି ଭୟରେ ଯେଉଁମାନେ ତେଲ ମସଲା ସ୍ଵଳ୍ପ ପରିମାଣର ଖାଆନ୍ତି ସେମାନଙ୍କ ପାଇଁ ଏୟାର ଫ୍ରାୟର ସବୁଠୁ ଉତ୍ତମ ବିକଳ୍ପ । ଏଥିରେ ଆପଣ ଆଳୁ ଟିକ୍କି, ସମୋସା ଭଳି ଜିନିଷ ତିଆରି କରି ଖାଇପାରିବେ। ତଥାପି ଏହାର ବ୍ୟବହାର କେତେ ଠିକ୍ ତାହା ଜାଣିବା ପାଇଁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ନିହାତି ଜରୁରୀ ।
Comments are closed.