Latest Odisha News

BREAKING NEWS

ହାଇପ୍ରୋଫାଇଲ କେସର ମୁଖ୍ୟ ଅଭିଯୁକ୍ତ କାହିଁକି କଣ୍ଟାବାଞ୍ଜି ଜେଲରେ ଥିଲେ?

ଭୁବନେଶ୍ୱର: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ପରେ ଜେଲ ବିଭାଗ ଉପରେ ମାଳ ମାଳ ପ୍ରଶ୍ନ ଉଠିଛି। ଯେତେବେଳେ ମମିତା ମେହେର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା ଏବଂ ଏହି ମାମଲାରେ ଶାସକ ଦଳର ନେତା ତଥା ତତ୍କାଳୀନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି ସେତେବେଳେ ଏପରି ଜଣେ ଅଭିଯୁକ୍ତକୁ କାହିଁକି କଣ୍ଟାବାଞ୍ଜି ଭଳି ଜେଲରେ ରଖାଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

BjdElectrycity

ମିଳିଥିବା ସୂଚନା ଅନୁସାରେ ଏକ 5 ଫୁଟ ଝରକାରେ ଗୋବିନ୍ଦ ସାହୁ ଚାରି ହାତ ଗାମୁଛାରେ ଝୁଲି ପଡିଛନ୍ତି। ଯେଉଁ ସ୍ଥାନରେ ଏହି ଆତ୍ମହତ୍ୟା ଘଟଣା ଘଟିଛି ତାହା ସିସିଟିଭି ନଜରରେ ନାହିଁ। ଯିଏ କେବେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେବ ସେ କଣ କେବେ ଏଭଳି ସ୍ଥାନ ଚିହ୍ନଟ କରିବ କି ଯେଉଁଠି କାହା ନଜର ନଥିବ? ଅନ୍ଯପଟେ ଗୋବିନ୍ଦ ସାହୁଙ୍କ ଉଚ୍ଚତା ଓ ଝରକାର ଉଚ୍ଚତାକୁ ଦେଖିଲେ ଆତ୍ମହତ୍ୟା ଘଟଣାକୁ ବିବାଦୀୟ କରାଉଛି।

ଏହି ଘଟଣାରେ ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ଦାଶରଥୀ ଷଡ଼ଙ୍ଗୀ କହିଛନ୍ତି, ବିଭିନ୍ନ ଦିଗରୁ ଏହି ମାମଲାର ତଦନ୍ତ ହେବା ଆବଶ୍ୟକ। ଯେହେଲେ ଗୋବିନ୍ଦ ସାହୁ ଜଣେ ବିବାଦୀୟ ବ୍ୟକ୍ତି ତେଣୁ କଣ୍ଟାବାଞ୍ଜି ଜେଲରେ ରଖିବା ଭୁଲ୍। ନୂଆ ଜେଲ ଅଳ୍ପ କର୍ମଚାରୀ କହିଛନ୍ତି। ତେଣୁ ସମସ୍ତଙ୍କ ଉପରେ ନଜର ରଖିବା ସମ୍ଭବ ନୁହେଁ। ତେଣୁ ଜେଲ ପ୍ରଶାସନ ଗୋବିନ୍ଦଙ୍କୁ ଏହି ଜେଲରେ ରଖିବା ଠିକ୍ ନଥିଲା। ବଲାଙ୍ଗୀର ଭଳି ଜେଲରେ ଗୋବିନ୍ଦଙ୍କୁ ରଖିବାର ଥିଲା। ଗୋବିନ୍ଦ ଉପରେ ସ୍ବତନ୍ତ୍ର ନଜର ରଖିବାର ଥିଲା। ସିସିଟିଭି ଯଦିଓ ଲାଗିଛି ହେଲେ ବିଭିନ୍ନ ସ୍ଥାନରେ ଏହାର ପରିଚାଳନା ଠିକ୍ ଭାବେ ହୋଇପାରୁନି। କିନ୍ତୁ ଜେଲ ଭଳି ସ୍ଥାନରେ ହୋମିସାଇଡ୍ ବା ହତ୍ୟା କରିବା ସମ୍ଭବ ନୁହେଁ। ତେଣୁ ଗଣମାଧ୍ୟମ ଏହି ମାମଲାରେ ଯେଉଁ ଅଲଗା ଦିଗଟିକୁ ସନ୍ଦେହ କରୁଛି ତାକୁ ମଧ୍ୟ ଖାରଜ କରିହେବନି।

ଉଲ୍ଲେଖଯୋଗ୍ଯ, ଗୋବିନ୍ଦ ସାହୁ ଆତ୍ମହତ୍ୟା କରିବାକୁ ଚାପ ପକାଯାଇଛି। ସେ ସୁସ୍ଥ ଥିଲେ। ପରିବାର ଲୋକଙ୍କ ସହ ଠିକ୍ ଭାବେ କଥା ହୋଇଥିଲେ ବୋଲି ପରିବାର ଲୋକ କହିଥିଲେ। ଏ ନେଇ ଗୋବିନ୍ଦଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି।

 

Leave A Reply

Your email address will not be published.