Latest Odisha News

BREAKING NEWS

ବିଜୟ ହାସଲ କରି ସମ୍ମାନର ସହ ଅଭିଯାନ ଶେଷ କରିବ ଓଡିଶା ଏଫସି: ଷ୍ଟିଭେନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଶନିବାର ଗୋଆରେ ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜନରେ ଓଡିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରି ସମ୍ମାନର ସହ ବିଦାୟ ନେବୁ ବୋଲି କୋଚ ଷ୍ଟିଭେନ ଡାଏସ କହିଛନ୍ତି । ୧୯ ମ୍ୟାଚ ଖେଳି ଦଳ ଗୋଟିଏ ବିଜୟ, ୬ଡ୍ର ଓ ୧୨ ପରାଜୟ ବରଣ କରିଛି ।

କୋଚ ବାକ୍ସଟରଙ୍କ ଅଧାରୁ ବିବାଦୀୟ ଢ଼ଙ୍ଗରେ ବିଦାୟ ନେବା ପରେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା । ଏଥର ଯାହା କିଛି ହେଲା ସେଥିପାଇଁ ପ୍ରଶଂସକଙ୍କ ଆଗରେ ଦୁଃଖୀତ । ଆଗାମୀ ସଂସ୍କରଣ ସେମାନଙ୍କୁ ଆନନ୍ଦିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବୁ ବୋଲି ଡେଭିସ କହିଛନ୍ତି । ବର୍ତମାନ ପଂଏଟ ଟେବୁଲର ପ୍ରଥମ ୪ଟି ସ୍ଥାନରେ ଏଟିକେ ମୋହନ ବାଗାନ (୪୦ ପଂଏଟ), ମୁମ୍ବାଇ ସିଟି ଏଫସି (୩୭), ଏଫସି ଗୋଆ (୩୦) ଓ ନର୍ଥଇଷ୍ଟ ୟୁନାଇଟେଡ ଏଫସି (୩୦) ରହିଛନ୍ତି ।

Leave A Reply

Your email address will not be published.