Latest Odisha News

BREAKING NEWS

ମାର୍ଚ୍ଚ ୮ରୁ ଆରମ୍ଭ ଫିଲ୍ମ ‘ଟାଇଗର୍‌ ୩’ର ସୁଟିଂ

ନୂଆଦିଲ୍ଲୀ: ସଲ୍‌ମାନ ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍‌ ଶୀଘ୍ର ପରଦାରେ ନଜର ଆସିବେ ଦବାଙ୍ଗ୍‌ ବଏ୍‌ ସଲ୍‌ମାନ ଖାନ୍‌। ରିପୋର୍ଟ ଅନୁଯାୟୀ ବଲିଉଡ୍‌ ଷ୍ଟାର୍‌ ସଲମାନ ଖାନ, ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶ୍‌ମୀ ତାଙ୍କ ଆଗାମୀ ଫିଲ୍ମ ‘ଟାଇଗର୍‌ ୩’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ସୁଟିଂ ଆରମ୍ଭ ହେବା ପୂର୍ବରୁ ସେମାନେ ଏକ ପୂଜାରେ ଯୋଗ ଦେଇଥିଲେ। ଯାହାପରେ ଫିଲ୍ମର ସୁଟିଂକୁ ତାରିଖ ଧାର୍ଯ୍ୟ ହୋଇଛିଥିବା ସୂଚନା ମିଳିଛି।

ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୮ ରେ ମୁମ୍ବାଇରେ ସୁଟିଂ ଆରମ୍ଭ ହେବାର ଯୋଜନା ରହିଛି ଏବଂ ଏହି ଚଳଚ୍ଚିତ୍ରର ମୁଖ୍ୟ କଳାକାରମାନେ ପାରମ୍ପାରିକ ପୂଜାରେ ଯୋଗ ଦେଇଥିଲେ। ତେବେ ସୂଚନା ଅନୁଯାୟୀ ଫିଲ୍ମ ସୁଟିଂ ଆସନ୍ତା ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହେବ। ଦବାଙ୍ଗ୍‌ ବଏ୍ ସଲ୍‌ମାନଙ୍କ ପ୍ରଶଂସକମାନେ ତାଙ୍କର ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

 

Leave A Reply

Your email address will not be published.