Latest Odisha News

BREAKING NEWS

ଅମିତ ଶାହାଙ୍କୁ ଫୋନ୍ ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀ ମୁହାମୁହିଁ, ଉଭୟ ଦେଲେ ଖୋଲା ଚ୍ୟାଲେଞ୍ଜ୍ !

ଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇବାରେ ବିଫଳ ହେଲେ ରାଜନୀତି ଛାଡିଦେବି। ଏଭଳି କହି ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ କହିଛନ୍ତି, ଯଦି ଗଣତାନ୍ତ୍ରିକ ପଦ୍ଧତିରେ ମମତା ବାନାର୍ଜୀଙ୍କୁ ହରାଇବା ଓ ତାଙ୍କୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ କରାଇବାରେ ସେ ବିଫଳ ହେବେ, ତାହେଲେ ରାଜନୀତିରୁ ସନ୍ୟାସ ନେଇଯିବେ। ଏଥିସହ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ମଧ୍ୟ  ଅଦାଲତ ଭିଡ଼ିବାକୁ ଗୁରୁବାର ଧମକ ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଜାତୀୟ ଦଳ ମାନ୍ୟତା ହରାଇବା ପରେ ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀ ମୁହାମୁହିଁ ହୋଇଛନ୍ତି । ଜାତୀୟ ଦଳର ମାନ୍ୟତା ବଞ୍ଚାଇବା ପାଇଁ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରି ସହାୟତା ଲୋଡ଼ିଥିଲେ ବୋଲି କହି ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସମାଲୋଚନା କରିଥିଲେ। ଶୁଭେନ୍ଦୁ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକାରୀ କହିଥିଲେ, ତୁମେ(ମମତା ବାନାର୍ଜୀ) ମୋର କିଛି କରି ପାରିବ ନାହିଁ। ଆପଣଙ୍କ ଆଦେଶ ଅନୁଯାୟୀ, ଆପଣଙ୍କର ଜଣେ କର୍ମଚାରୀ ମୋତେ ନୋଟିସ ପଠାଇଛନ୍ତି। ମୁଁ ଏହାକୁ ସ୍ବାଗତ କରୁଛି ଓ ଏହାର ଉତ୍ତର ଦେବି।

ଏଥିସହ ଶୁଭେନ୍ଦୁ ଅଧିକାରୀ ଏହି ମାମଲାରେ କେସ ଫାଇଲ କରିବାକୁ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଶୁଭେନ୍ଦୁ ଆହୁରି କହିଛନ୍ତି, ଯଦି ଆପଣ ଏକ ମାମଲା ଦାୟର କରନ୍ତି, ତେବେ ଭାରତ ସରକାରଙ୍କ ଅଧୀନରେ ଟ୍ରାଇର ଏକ ଦଳ ହେବ, ଏବଂ ମାର୍ଚ୍ଚ ୧୨ରୁ ଏପ୍ରିଲ ୪ ମଧ୍ୟରେ ଆପଣଙ୍କର ଉଭୟ ଲ୍ୟାଣ୍ଡଲାଇନ ଫୋନ୍ କଲ୍ ରେକର୍ଡ କୋର୍ଟରେ ହାଜର କରିବାକୁ ପଡିବ। ଯାହା ପରେ ସବୁକିଛି ସଫା ହୋଇଯିବ।

ସେପଟେ, ଏହା ଆଗରୁ ଟିଏମସିର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଜେପିକୁ ଚ୍ୟାଲେଞ୍ଜ ଦେଇଥିଲେ । କହିଥିଲେ, ଟିଏମସି ଜାତୀୟ ଦଳର ମାନ୍ୟତା ହରାଇବା ପ୍ରସଙ୍ଗରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ କରିଥିଲେ ବୋଲି ବିଜେପି କରିଥିବା ଅଭିଯୋଗ ଯଦି ପ୍ରମାଣିତ ହୁଏ, ତା’ହେଲେ ସେ ତୁରନ୍ତୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବେ ବୋଲି କହିଛନ୍ତି । ଏଥିସହ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଥିଲେ ଯେ, “ମୁଁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ।

Leave A Reply

Your email address will not be published.