Latest Odisha News

BREAKING NEWS

୨୫ ସେପ୍ଟମ୍ବରରେ ଧୋନୀ ନେବେ କି ଆଇପିଏଲରୁ ଅବସର ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଆଇପିଏଲରୁ ଅବସର ନେବାକୁ ଯାଉଛନ୍ତି ବୋଲି ପ୍ରଶଂସକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଧୋନୀ ସୋସିଆଲ ମିଡିଆରେ ୨୫ ସେପ୍ଟେମ୍ବର ମଧ୍ୟାହ୍ନ ୨ଟାରେ ଲାଇଭରେ ଆସି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ୨ ବର୍ଷ ତଳେ ସୋସିଆଲ ମିଡିଆରେ ଏ ଭଳି ସୂଚନା ଦେଇ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ୨୦୨୩ ଧୋନୀଙ୍କ ଶେଷ ଆଇପିଏଲ ହେବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ୨୫ ପରେ ଏହା ସ୍ପଷ୍ଟ ହେବ ଯେ, ସେ ଖେଳିବେ ନାଁ ଅବସର ନେବେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୪ଥର ଚାମ୍ପିୟନ ହୋଇଛି । ଗତ ସଂସ୍କରଣରେ ରବୀନ୍ଦ୍ର ଜାଡେଜାଙ୍କୁ ଧୋନୀ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିଲେ । ମାତ୍ର ଏହା ଦଳକୁ ବିଶେଷ ଫାଇଦାରେ ରଖିପାରି ନ ଥିଲା । କ୍ରମାଗତ ପରାଜୟ ପରେ ଜାଡେଜା ଅଧିନାୟକ ଦାୟିତ୍ୱ ଛାଡି ଦେଇଥିଲେ ।

ଏଥର ଆଇପିଏଲ ପୂର୍ବ ଭଳି ହୋମ ଏବଂ ଆୱେ ଫର୍ମାଟରେ ଖେଳାଯିବ ବୋଲି ଘୋଷଣା କରାଯାଇଛି । ଧୋନୀ ଚେନ୍ନାଇରେ ଅବସର ଘୋଷଣା କରିବା ସମ୍ଭାବନା ଅଧିକ ରହିଛି । ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଧୋନୀଙ୍କୁ ଟିମ ଇଣ୍ଡିଆରେ ଏକ ବଡ ଦାୟିତ୍ୱ ପ୍ରଦାନ କରାଯାଇପାରେ । ଟି୨୦ ବିଶ୍ୱକପରେ ତାଙ୍କୁ ମେଂଟର ମଧ୍ୟ କରାଯିବା ନେଇ ଆଶା କରାଯାଉଛି । ୨୦୨୧ରେ ସେ ଏହି ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.