ଚେନ୍ନାଇ: ଆଇପିଏଲ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ ୬ଟି ମ୍ୟାଚ ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଖେଳିଛି । ଆଘାତ ସମସ୍ୟା ଯୋଗୁ ଧୋନୀ ଏହି ସବୁ ମ୍ୟାଚ ଖେଳି ପାରି ନାହାନ୍ତି । ଚେନ୍ନାଇ ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ବୁଧବାର ଧୋନୀ ଦୀର୍ଘ ସମୟ କଠିନ ଅଭ୍ୟାସ କରିଥିଲେ । ସେ ଲୟରେ ଥିଲେ ଏବଂ ବଡ ବଡ ଶଟ ମଧ୍ୟ ଖେଳୁଥିଲେ । ଯାହାକୁ ଦେଖି ଟିମ ମ୍ୟାନେଜମେଂଟ ଓ ପ୍ରଶଂସକ ଉତ୍ସାହିତ ହୋଇ ପଡିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଧୋନୀଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।
ଅବଶ୍ୟ ଚେନ୍ନାଇ ଓ ଧୋନୀଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ସେହିପରି ଅଷ୍ଟ୍ରେଲୀୟ ସ୍ପିନର ସ୍ପେନ୍ସର ଜନଶନ ମଧ୍ୟ ବଦଳ ଖେଳାଳି ଭାବେ ଦଳ ସହିତ ଯୋଗ ଦେଇଛନ୍ତି । କ୍ରମାଗତ ଖରାପ ପ୍ରଦର୍ଶନ କରି ଆସୁଥିବା ମୁମ୍ବାଇ ମଧ୍ୟ ଗୁଜରାଟକୁ ହରାଇ ଫର୍ମକୁ ଫେରିଛି । ଇତି ମଧ୍ୟରେ ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ୍ସ ମଧ୍ୟ ଦଳ ସହିତ ଯୋଗ ଦେଇଛନ୍ତି ।