Latest Odisha News

BREAKING NEWS

ଇଣ୍ଡିଜକୁ ୨୬୯ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ମାଞ୍ଚେଷ୍ଟର୍: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ସମୁଦାୟ ୫୦ ଓଭର ଖେଳି ୭ ୱିକେଟ ମିନିମୟରେ ୨୬୮ ରନ ସଂଗ୍ରହ କରିଛି । ଭାରତର ଏହି ଲଢୁଆ ସ୍କୋର ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀଙ୍କ ୫୬ ରନ, କପ୍ତାନ ବିରାଟ କୋହଲୀଙ୍କ ଲଢୁଆ ୭୨ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ୪୬ ରନ ଅନ୍ତଭୃକ୍ତ ।

ଟସ ଜିତି ଭାରତୀୟ କପ୍ତାନ ବିରାଟ କୋହଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳ ସହଳ କେତୋଟି ୱିକେଟ ହରାଇଥିଲା । ପ୍ରାରମ୍ଭିକ କିଛି ଓଭରରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଧିନାୟକ ବିରାଟ ଓ କେ ଏଲ ରାହୁଲ ଖେଳ ସମ୍ଭାଳିଥିଲେ ।

ମ୍ୟାଚରେ ଧୋନୀ ଓ ପାଣ୍ଡ୍ୟାଙ୍କ ଯୋଡ଼ି ଦଳର ୨୫୦ ରନ ଅତିକ୍ରମ କରିବା ସହିତ ଦଳ ଲାଗି ଏକ ଲଢୁଆ ସ୍କୋର ଛିଡ଼ା କରିପାରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୩୮ଟି ବଲ୍ ଖେଳି ୪୬ ରନ କରିଛନ୍ତି । ସେଥିମଧ୍ୟରେ ୪ଟି ଛକା ରହିଛି । ଧୂରନ୍ଧର ଧୋନୀ ଏହି ମ୍ୟାଚରେ ନିଜର ଫର୍ମ ଫେରି ପାଇ ଏକ ଅର୍ଦ୍ଧଶତକ ହାସଲ କରିପାରିଛନ୍ତି । ଧୋନୀ ୬୧ଟି ବଲରେ ୫୬ ରନ କରିଥିବା ବେଳେ ସେଥିରେ ରହିଛି ୨ଟି ଛକା ଏବଂ ୩ଟି ଚୌକା ।

ଓପନର୍ କେ ଏଲ୍ ରାହୁଲ ୪୮ ରନ କରିଛନ୍ତି ଏବଂ ରୋହିତ ୧୮ ରନ କରି ତାଙ୍କର ଫ୍ୟାନଙ୍କୁ ଏହି ମ୍ୟାଚରେ ନିରାଶ କରିଛନ୍ତି । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଯାଦବ ଓ ବିଜୟ ଶଙ୍କର ଭଲ ବ୍ୟାଟିଂ ପ୍ରଦର୍ଶନ କରିବାରେ ଅସଫଳ ହୋଇଛନ୍ତି ।

ୱେଷ୍ଟଇଣ୍ଡିଜ୍ ବୋଲର୍ କେମର୍ ରୋଚ ୩ଟି, କଟ୍ରେଲ୍ ୨ଟି ଏବଂ ହୋଲ୍ଡର୍ ୨ଟି ଭାରତୀୟ ୱିକେଟ ଅକ୍ତିଆର କରିପାରିଛନ୍ତି । ଚର୍ଚ୍ଚିତ ବୋଲର୍ ଥୋମାସ ୭ ଓଭରରେ ୬୩ ରନ ବ୍ୟୟ କରି ଅସଫଳ ସାବ୍ୟସ୍ତ ହୋଇଛନ୍ତି ।

Leave A Reply

Your email address will not be published.