Latest Odisha News

BREAKING NEWS

ଲମ୍ବା ଜିଭ ପାଇଁ କୁକୁର କଲା ବିଶ୍ୱ ରେକର୍ଡ଼

ନ୍ୟୁୟର୍କ: ଦୁନିଆର ଲମ୍ବା ଜିଭ ଥିବା ବ୍ୟକ୍ତିଙ୍କ ବିଷୟରେ ଶୁଣିଥିବେ । କାଲିଫର୍ଣ୍ଣିଆରେ ରହୁଥିବା ନିକ୍ ଷ୍ଟୋବରଙ୍କ ଜିଭ ହେଉଛି ଦୁନିଆର ଦୀର୍ଘତମ ଜିଭ । ତାଙ୍କ ଜିଭର ଲମ୍ବ ହେଉଛି ୧୦.୧ ସେମି ଅର୍ଥାତ୍ ୩.୯୭ ଇଞ୍ଚ । କିନ୍ତୁ ଏମିତି ଏକ କୁକୁର ଅଛି, ଯାହାର ଜିଭ ଲମ୍ବା ଯୋଗୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛି ।

ଆମେରିକାର ଲୁଧିଆନାରେ ରହୁଥିବା ଏହି କୁକୁରର ନାମ ହେଉଛି ଜୋଏ । ଏହି କୁକୁର ଲାବ୍ରାଡୋର ଏବଂ ଜର୍ମାନ ଶେଫର୍ ମିଶ୍ରଣ ପ୍ରଜାତିର । ଏହାର ଜିଭ ଲମ୍ବ ୧୨.୭ ସେମି ଅର୍ଥାତ୍ ୫ ଇଞ୍ଚ । ଜୋଏ ହେଉଛି ଦୁନିଆର ସବୁଠାରୁ ଲମ୍ବା ଜିଭ ଥିବା କୁକୁର । ଏନେଇ ସେ ବିଶ୍ୱ ରେକର୍ଡ ମଧ୍ୟ କରିଛିି ।

କୁକୁର ମାଲିକ ସାଡି ଏବଂ ଡ୍ରୁ ୱିଲିୟମ୍ସ କହିଛନ୍ତି ଯେ, ଯେତେବେଳେ ଜୋଏଙ୍କୁ ମାତ୍ର ୬ ସପ୍ତାହ ହୋଇଥିଲା, ସେତେବେଳେ ଆମେ ଅନୁଭବ କଲୁ ଯେ ତା ଜିଭ ସ୍ୱାଭାବିକ ନୁହେଁ । ଆମର ଥିବା ଅନ୍ୟ କୁକୁରଠାରୁ ଜୋଏ ସମ୍ପୂର୍ଣ୍ଣ ଭିନ୍ନ ଏବଂ ବହୁତ ବଡ । ଜୋଏର ବୟସ ବଢିବା ସହିତ ଜିଭର ଲମ୍ବା ମଧ୍ୟ ବୃଦ୍ଧି ପାଇଲା । ଡାକ୍ତରଙ୍କୁ ଦେଖାଇଲୁ, ସେମାନେ କହିଥିଲେ ଯେ, ଜୋଏର ଶରୀର ଅନୁସାରେ ଜିଭ ପ୍ରକୃତରେ ଅନ୍ୟ କୁକୁରଠାରୁ ବଡ଼ । କମ୍ ସମୟରେ ଲୋକଙ୍କ ସହ ମିଶିଯାଉଥିବାରୁ ସେ ସମସ୍ତଙ୍କ ପ୍ରିୟ । ଯେତେବେଳେ ଆମେ ତାକୁ ବାହାରକୁ ନେଇଥାଉ , ଲୋକମାନେ ଦେଖିବା ପାଇଁ ଭିଡ଼ ଜମାନ୍ତି । କାରଣ ଏହା ବହୁତ ଅଲଗା ଦେଖାଯାଏ ।

ଦୁନିଆର ସବୁଠାରୁ ଛୋଟ କୁକୁର ହେଉଛି ମୋତି, ଯାହାର ଉଚ୍ଚତା ୯.୧୪ ସେମି ଅର୍ଥାତ୍ ୩.୫୯ ଇଞ୍ଚ ଏବଂ ଲମ୍ବ ୧୨.୭ ସେମି ଯଥା ୫.୦ ଇଞ୍ଚ । ଦୁନିଆର ସର୍ବ ପୁରାତନ କୁକୁର ହେଉଛି ବବି । ଯାହାର ବୟସ ୩୦ ବର୍ଷ ୨୬୬ ଦିନ ଥିଲା । ବବି ଆଉ ଏହି ଦୁନିଆରେ ନାହିିଁ ।

Leave A Reply

Your email address will not be published.