ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ୨୩୩ ରନ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ପରାଜିତ କରିବା ଟିମ ଇଣ୍ଡିଆକୁ ଅଡୁଆରେ ପକାଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଏବେ ଅଷ୍ଟ୍ରେଲିଆ ବିପକ୍ଷ ବାକିଥିବା ୪ ମ୍ୟାଚରୁ ୩ରେ ବିଜୟ ହାସଲ କରିବାକୁ ପଡିବ । ଦକ୍ଷିଣ ଆଫ୍ରିକା ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଦକ୍ଷିଣ ଆଫ୍ରିକା ୯ ମ୍ୟାଚରୁ ୫ ବିଜୟ, ୩ ପରାଜୟ ଓ ୧ ଡ୍ର ସହ ୬୪ ପଂଏଟ ହାସଲ କରିଛି । ଟିମ ଇଣ୍ଡିଆ ୧୫ ମ୍ୟାଚରୁ ୯ ବିଜୟ ୫ ପରାଜୟ ସହ ୧୧୦ ପଂଏଟ ସହ ପ୍ରଥମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୯୦ ପଂଏଟ ସହ ତୃତୀୟ ସ୍ଥାନକୁ ଖସି ଆସିଛି ।
ଭାରତ ୬୧.୧୧, ଦକ୍ଷିଣ ଆଫ୍ରିକା ୫୯.୨୬ ଓ ଅଷ୍ଟ୍ରେଲିଆ ୫୭.୬୯ ପ୍ରତିଶତ ପଂଏଟ ହାସଲ କରିଛନ୍ତି । ମାର୍କୋ ଜାନେସନ ୧୧ ୱିକେଟ ହାସଲ କରି ଦକ୍ଷିଣ ଆଫ୍ରିକା ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସବୁଠାରୁ କମ ଓଭରରେ ଜାନେସନ ଗୋଟିଏ ଇନିଂସରେ ୭ ୱିକେଟ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୬.୫ ଓଭରରେ ୧୩ ରନ ଦେଇ ୭ ୱିକେଟ ନେଇଥିଲେ । ତାଙ୍କ ପଛକୁ ହ୍ୟୁଜ ଟ୍ରମ୍ବୁଲ ୧୯୦୪ରେ ୬.୫ ଓଭରରେ ୨୮ ରନ ଦେଇ ୭ଟି ୱିକେଟ ଅକ୍ତିଆର କରିଥିଲେ । ମୋଂଟି ନୋବେଲ ୭.୪ ଓଭରରେ ୧୭ ରନ ଦେଇ ୭ଟି ୱିକେଟ ନେଇଥିଲେ ।
Comments are closed.