Latest Odisha News

BREAKING NEWS

ୟଶରାଜ ପ୍ରଡକ୍ସନର ରଣବୀର ସିଂଙ୍କୁ ନାଁ

ମୁମ୍ବାଇ: ୟଶରାଜ ଫିଲ୍ମସ ବ୍ୟାଣ୍ଡ ବାଜା ବାରାତ ମାଧ୍ୟମରେ ରଣବୀର ସିଂ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକଗୁଡିଏ ହିଟ ଫିଲ୍ମ ଦେଇ ନିଜ କ୍ୟାରିୟରକୁ ସୁଦୃଢ କରିଥିଲେ । କରୋନା ମହାମାରୀ ପରେ ତାଙ୍କ ବେଳା ଖରାପ ପଡିଛି କହିଲେ ଭୁଲ ହେବନି । ବହୁ ପ୍ରତୀକ୍ଷିତ ଫିଲ୍ମ ୮୩, ଜୟେଶ ଭାଇ ଜୋରଦାର ଓ ସର୍କସ ଫିଲ୍ମ ଫ୍ଲପ ହେବା ପରେ ତାଙ୍କ ମାର୍କେଟ ଡିମାଣ୍ଡ କମି ଯାଇଛି । ଇତି ମଧ୍ୟରେ ୟଶରାଜ ବ୍ୟାନର ତାଙ୍କ ସହ ଏବେ କିଛି ଦିନ ଫିଲ୍ମ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ପଠାନ ସଫଳତା ପରେ ସେମାନେ ଏବେ ସ୍ପାଇ ୟୁନିଭର୍ସ ଫିଲ୍ମ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ରଣବୀର ୟଶରାଜ ବ୍ୟାନର ତଳେ ୬ଟି ଫିଲ୍ମ କରିଛନ୍ତି ।

BjdElectrycity

ଗୁଣ୍ଡେ ଫିଲ୍ମ ସେମିହିଟ ହୋଇଥିବା ବେଳେ ବ୍ୟାଣ୍ଡ ବାଜା ବାରାତ, ଲେଡିଜ ଭର୍ସେଜ ରିକି ବହଲ ଓ ବେଫିକ୍ରେ ଆଭରେଜ ବ୍ୟବସାୟ କରିଥିଲା । ସେହିପରି କିଲ ଦିଲ ଓ ଜୟେଶ ଭାଇ ଜୋରଦାର ଫ୍ଲପ ହୋଇଥିଲା । ଓଟିଟି ଓ ସାଟେଲାଇଟ ରାଇଟ୍ସରେ ମଧ୍ୟ ମେକର୍ସଙ୍କୁ ବିଶେଷ କିଛି ଲାଭ ହୋଇ ନ ଥିଲା । ସଞ୍ଜୟ ଲୀଲା ଭଁସାଲୀଙ୍କ ଯୋଗୁ ରଣବୀରଙ୍କ କ୍ୟାରିୟର ତିଷ୍ଠି ରହିଛି । ତାଙ୍କର ଗୋଲିୟୋଁ କି ରାସଲୀଲା ରାମଲୀଲା, ବାଜୀରାଓ ମସ୍ତାନୀ ଓ ପଦ୍ମାବତ ସୁପରହିଟ ସାବ୍ୟସ୍ତ ହୋଇଛି । ଏହା ବ୍ୟତୀତ ଅନ୍ୟ ମେକର୍ସଙ୍କ ସହ ସେ ସିମ୍ବା ଓ ଗଲିବୟ ପରି ଫିଲ୍ମ ହିଟ ଦେଇଛନ୍ତି ।

Leave A Reply

Your email address will not be published.