ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଉପରେ କାମ କରୁଥିବା କମ୍ପାନୀ OpenAI ଭାରତରେ ନିଜର ନୂଆ ସବସ୍କ୍ରିପସନ ପ୍ଲାନ୍ ChatGPT Go ଲଞ୍ଚ କରିଛି। ଏହା ଏଯାଏ କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ ହୋଇଥିବା ବେଳେ ଏହାର ମୂଲ୍ୟ ମାସିକ ମାତ୍ର ୩୯୯ ଟଙ୍କା ରହିଛି। କମ୍ପାନୀ କହିଛି ଯେ ଏହି ଅଫର ଖାସ କରି ଭାରତୀୟ ଉପଭୋକ୍ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଅଧିକ ସଂଖ୍ୟାରେ ଲୋକେ କମ ମୂଲ୍ୟରେ AIର ସୁବିଧା ଉଠାଇପାରିବେ।
ମୁଖ୍ୟ ସୁବିଧା
ChatGPT Go ସବସ୍କ୍ରାଇବରମାନେ ଫ୍ରି ଭର୍ସନର ତୁଳନାରେ ୧୦ ଗୁଣ ଅଧିକ ମେସେଜ ପଠାଇପାରିବେ ଏବଂ ୧୦ ଗୁଣ ଅଧିକ ଇମେଜ ତିଆରି କରିପାରିବେ। ଏହା ସହିତ ଏହାର ରେସପନ୍ସ ଟାଇମ ମଧ୍ୟ ଅଧିକ ଦ୍ରୁତ ହେବ। ଏହି ପ୍ଲାନ ଅନ୍ତର୍ଗତ ଉପଭୋକ୍ତାମାନେ ନିମ୍ନଲିଖିତ ସୁବିଧା ପାଇବେ:
• GPT-5 ମଡେଲକୁ ଏକ୍ସଟେଣ୍ଡେଡ ଆକ୍ସେସ: OpenAIର ଅତ୍ୟାଧୁନିକ ମଡେଲରେ ଅଧିକ ବ୍ୟବହାର।
• ଇମେଜ ଜେନେରେସନ: ବ୍ୟକ୍ତିଗତ ଓ ପ୍ରୋଫେସନାଲ କାମ ପାଇଁ ଅଧିକ ଇମେଜ ତିଆରି।
• ଫାଇଲ ଅପଲୋଡ: ଡକ୍ୟୁମେଣ୍ଟ, ସ୍ପ୍ରେଡସିଟ ଏବଂ ଅନ୍ୟାନ୍ୟ ଫାଇଲ ଅପଲୋଡ ଓ ବିଶ୍ଳେଷଣ।
• ଏଡଭାନ୍ସ ଡେଟା ଏନାଲିସିସ: Python ଟୁଲ୍ସ ସହିତ ଡେଟା ଏକ୍ସପ୍ଲୋରେସନ ଓ ସମସ୍ୟା ସମାଧାନ।
• ଲମ୍ବା ମେମୋରୀ: ଅଧିକ ବ୍ୟକ୍ତିଗତ ଓ ସଂନାଦପୂର୍ଣ୍ଣ ଉତ୍ତର ପାଇଁ ୨ ଗୁଣ ଅଧିକ ମେମୋରୀ।
• ପ୍ରୋଜେକ୍ଟ ଓ ଟାସ୍କ ମ୍ୟାନେଜମେଣ୍ଟ: କାମର ସଂଗଠନ ଏବଂ ଟ୍ରାକିଂ ପାଇଁ ସୁବିଧା।
• କଷ୍ଟମ GPTs: ବ୍ୟକ୍ତିଗତ AI ଟୁଲ୍ସ ତିଆରି ପାଇଁ ସୁବିଧା।
ଅନ୍ୟ ପ୍ରିମିୟମ ପ୍ଲାନ ତୁଳନାରେ ଶସ୍ତା
ବର୍ତ୍ତମାନ OpenAI ଭାରତରେ ଦୁଇଟି ପ୍ରିମିୟମ ପ୍ଲାନ ପ୍ରଦାନ କରୁଛି: ChatGPT Plus, ଯାହାର ମୂଲ୍ୟ ମାସିକ ୧୯୯୯ ଟଙ୍କା ଏବଂ ChatGPT Pro, ଯାହାର ମୂଲ୍ୟ ମାସିକ ୧୯୯୦୦ ଟଙ୍କା। ଏହାର ତୁଳନାରେ ChatGPT Go ଅନେକ ଶସ୍ତା ଓ ସୁଲଭ। ତେବେ, କମ୍ପାନୀ ଏଯାଏ ChatGPT Go ପାଇଁ ସଠିକ ଉପଭୋଗ ସୀମା ସ୍ପଷ୍ଟ କରିନାହିଁ। ଏହା ସହିତ, GPT-5 ଲଞ୍ଚ ସହ ଅନ୍ୟ ପେଡ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଥିବା ChatGPT ପର୍ସନାଲିଟିଜ ଏହି ପ୍ଲାନରେ ଅନ୍ତର୍ଭୁକ୍ତ ନୁହେଁ।
ଭାରତ: OpenAIର ଦ୍ୱିତୀୟ ବୃହତ୍ତମ ବଜାର
ଭାରତ ହେଉଛି OpenAIର ଦ୍ୱିତୀୟ ବୃହତ୍ତମ ବଜାର, ଯେଉଁଠାରେ କୋଟି କୋଟି ଇଣ୍ଟରନେଟ ଉପଭୋକ୍ତା ରହିଛନ୍ତି। ଏହି ଉପଭୋକ୍ତାଙ୍କ ମଧ୍ୟରୁ ଅନେକେ ମୂଲ୍ୟ ପ୍ରତି ସମ୍ବେଦନଶୀଳ। ଏହି ପରିପ୍ରେକ୍ଷୀରେ, OpenAI ବିଶ୍ୱାସ କରୁଛି ଯେ ChatGPT Go ଭାରତରେ ଅଧିକ ଲୋକଙ୍କ ପାଖକୁ ପହଞ୍ଚିବାରେ ସହାୟକ ହେବ। ଏହି ପଦକ୍ଷେପ କମ୍ପାନୀର ବଜାର ରଣନୀତିର ଏକ ଅଂଶ ଅଟେ, ଯାହା ଦ୍ୱାରା ଅଧିକ ସଂଖ୍ୟାରେ ଲୋକେ ଅତ୍ୟାଧୁନିକ AI ଟୁଲ୍ସର ଅନୁଭବ ନେଇପାରିବେ।
BREAKING NEWS
- ଓଡ଼ିଶା ଚାଳକଙ୍କ ଦକ୍ଷତା ଓ ଶୃଙ୍ଖଳାକୁ ଜାପାନୀ ପ୍ରତିନିଧିଙ୍କ ପ୍ରଶଂସା
- Automated Challan System: ବଡ଼ବିଲ-ପାଣିକୋଇଲି ରାଜପଥରେ ଏହି ତାରିଖରୁ ଆରମ୍ଭ ହେବ ସ୍ୱୟଂକ୍ରିୟ ଇ-ଚାଲାଣ ପ୍ରକ୍ରିୟା
- ବେଆଇନ ଭାବେ ଓଡ଼ିଶା ସୀମାରେ ପ୍ରଚାର କରୁଥିଲା ଆନ୍ଧ୍ରର ପ୍ରଚାର ଗାଡ଼ି…ପଟ୍ଟାଙ୍ଗି ତହସିଲଦାର ଗାଡ଼ି ଅଟକାଇଲେ
- Census 2027:୨୦୨୭ ଜନଗଣନା ପାଇଁ ତାରିଖ ଘୋଷଣା; ଏସବୁ ରାଜ୍ୟରେ ହେବନି…
- Naveen Patnaik speaks to Ganjam Collector:ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ;ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ କର୍ମୀଙ୍କୁ ପରାମର୍ଶ
- ୱାର୍ଲ୍ଡ ରେସଲିଂ ଚାମ୍ପିଅନ୍ସିପ୍ ୨୦୨୬: ଇତିହାସ ରଚିଲେ ମନୀଷା ଭାନୱାଲା
- ‘ଅର୍ଣ୍ଣବ’ଦେଇଗଲା ଲୁହ;ଭୂସ୍ଖଳନରେ ଗୋଟିଏ ପରିବାରର ୩ ମୃତ
- ଅଣ୍ଡର ୧୯ ଏସିଆ କପ: ଭାରତୀୟ ଦଳ ଘୋଷଣା, ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ
- IEDs recovered:ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଦୁଇଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ
- ୩ ବର୍ଷର ସମ୍ପର୍କ ଭାଙ୍ଗିଲା! ଇବ୍ରାହିମ୍ ଅଲୀ ଖାନ୍ ଓ ପଲକ ତିୱାରୀଙ୍କର ହେଲା କି ବ୍ରେକ୍-ଅପ୍?

Comments are closed.